ଡୁଙ୍ଗୁରିପାଲି ରେ ନୂତନ ବିଜ୍ଞାନ କଲେଜ ପାଇଁ ଦାବି କଲେ ଅଂଚଳର ସଚେତନ ନାଗରିକ ।

0 288

ସୁବର୍ଣ୍ଣପୁର ,୦୮/୦୪(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତି ଚନ୍ଦ୍ରମଣି ମିଶ୍ରଙ୍କ ବାସଭଵନକୁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦଓ ଏବଂ ତାଙ୍କ ଧର୍ମପତ୍ନୀ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ଆସିଥିବାବେଳେ, ଡୁଙ୍ଗୁରିପାଲି ଅଂଚଳର ସଚେତନ ନାଗରିକଙ୍କ ପକ୍ଷରୁ ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ନୂତନ ବିଜ୍ଞାନ କଲେଜ ପାଇଁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ଡୁଙ୍ଗୁରିପାଲି ବ୍ଲକ ହେଡ଼ କ୍ୱାଟର ହେଲେ ମଧ୍ୟ୍ୟ ବିଜ୍ଞାନ କଲେଜ ନଥିବା ଦୁଃଖର କଥା ଏଠାରେ ରେଳ ଷ୍ଟେସନ, ଡାକ୍ତରଖାନା, ଭଳି ଅନେକ ସୁବିଧା ଥାଇ ମଧ୍ୟ୍ୟ ସରକାରଙ୍କ ନଜରକୁ ଏଯାବତ୍ ଆସିନାହିଁ ଏହି ଅଞ୍ଚଳ ।ସବିଗତ ସରକାରଙ୍କ ସମୟରେ ଅନେକ ଅଭିଯୋଗ ହୋଇଥିଲା ହେଲେ ତାହା ଶୁଣି ନଥିଲେ । ତେଣୁ ବର୍ତମାନର ସରକାରରେ ଥିବା ମନ୍ତ୍ରୀ ଓ ସାଂସଦଙ୍କୁ ଦାବି ଯାଇଛନ୍ତି ଅଞ୍ଚଳବାସୀ । ଦାବି ପୂରଣ କେବେ ହେବ ଏବଂ ଅଂଚଳର ଛାତ୍ର ଛାତ୍ରୀ ମାନେ ଡୁଙ୍ଗୁରିପାଲି ବିଜ୍ଞାନ କଲେଜରେ କେବେ ପାଠ ପଢ଼ିବାର ସୁବିଧା ପାଇ ପାରିବେ ଦେଖିବାକୁ ବାକି ରହିଲା । ନିଶ୍ଚିତ ଭାବେ ସରକାର ଏଥିପ୍ରତି ଧ୍ୟାନ ଦେବା ଶହ ଡୁଙ୍ଗୁରିପାଲି ରେ ନୂତନ ବିଜ୍ଞାନ କଲେଜ ପାଇଁ ଅନୁମତି ଦେବେ ବୋଲି ଅଞ୍ଚଳବାସୀ ଆଶା ରଖିବା ଶହ ଅଞ୍ଚଳରେ ବିଜ୍ଞାନ ଶିକ୍ଷାର ବିକାଶ ହେବ ବୋଲି ମତବ୍ୟକ୍ତ କରିଛନ୍ତି । ଡୁଙ୍ଗୁରିପାଲିର ବିପ୍ରଚରଣ ସାହୁ, ଗୋପାଳ ବାରିକ, ଅଶୋକ ଶତପଥି,କିଶନ ଅଗ୍ରୱାଲ, ବିଭୁଦତ୍ତ ବିଶ୍ୱାଳ, ହେମନ୍ତ ବିଶ୍ୱାଳ, ରତ୍ନାକର ସେଠ, ପବିତ୍ର ମୋହନ ପାଣ୍ଡିଆ, ସୁରେନ୍ଦ୍ର ଖମାରୀ,ବ୍ରଜୁ ମିଶ୍ର, ବିବେକାନନ୍ଦ ତ୍ରିପାଠୀ, ବନମାଳୀ ପୋଢ଼ , ମନୋଜ ପଧାନ,ନରେନ୍ଦ୍ର ଯୋଶୀ,ସୁଶାନ୍ତ ବାରିକ, ଦେବରାଜ ବେହେରା,ସାନନ୍ଦ ସାହୁ,ପ୍ରମୁଖ ସଚେତନ ନାଗରିକ ଏହି ଦାବି ପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.