ଚୋରି ସୁନା ଚେନ ଉଦ୍ଧାର,ଅଭିଯୁକ୍ତ ଗିରଫ ।

0 355

ଭଞ୍ଜନଗର, ୦୬/୦୪(ପିପିଟି):ଭଞ୍ଜନଗର ପୋଲିସ ଏକ ଯାତ୍ରୀବାହୀ ବସରୁ ଚୋରି କରିଥିବା ଜଣେ ଲୁଟେରାଙ୍କୁ ରବିବାର ଗିରଫ କରିବାରେ ସକ୍ଷମ ହୋଇଛି। ସେ ହେଲେ ଭଞ୍ଜନଗର ବାଉଁଶ ଲୁଣ୍ଡି ପଞ୍ଚାୟତ ଗାମୁଣ୍ଡି ଗ୍ରାମର ଅବଳ କୁମାର ଜେନା। ପୋଲିସ ଗିରଫ ଅବଳଙ୍କୁ ଆଜି ଭଞ୍ଜନଗର କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ମୁତାବକ ଗୁଣ୍ଡିରିବାଡ଼ିର ସୁଶାନ୍ତ ସେଠୀ ଗତ ୩ତାରିଖରେ କୌଣସି କାମରେ ଭଞ୍ଜନଗର ଆସିଥିଲେ। କାମ ସାରି ସେ ପକ୍ଷୀରାଜ ନାମକ ଏକ ଘରୋଇ ବସ୍‌ ରେ ଭଞ୍ଜନଗର ଠାରୁ ଗୁଣ୍ଡୁରି ବାଡ଼ି ନିଜ ଗାଁକୁ ଫେରୁଥିଲେ। ସେତିକିବେଳେ ସେ ଧରିଥିବା ଏକ ସୁନା ହାର ଥିବା ବ୍ୟାଗଟି ଚୋରି ହୋଇ ଯାଇଥିଲା। ସୁଶାନ୍ତ ମୁଜାଗଡଠାରେ ସୁନା ନାନୁ ଚେନ୍ ଥିବା ବ୍ୟାଗଟି ଚୋରି ହୋଇଥିବା ଜାଣିପାରି ଚିତ୍କାର କରିଥିଲେ। ପରେ ସେ ଥାନାରେ ଏସମ୍ପର୍କରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ପରେ ରବିବାର ଅଭିଯୁକ୍ତ ଅବଳକୁ ଅଟକ ରଖି ପଚରା ଉଚରା କରିବାରେ ସେ ଚୋରୀ କରିଥିବା ସ୍ୱୀକାର କରିଥିଲା। ପୋଲିସ ତାଙ୍କଠାରୁ ଚୋରି ହୋଇଥିବା ଉକ୍ତ ସୁନା ହାରକୁ ଜବତ କରିଥିବା ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.