ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ଶିକ୍ଷାରଥକୁ ସ୍ୱାଗତ।

0 277

ବୋଲଗଡ଼,୦୨/୦୪(ପିପିଟି):ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟ ଓ ଶିକ୍ଷକ ବିଶ୍ୱଜିତ ସରୋଜ କୁମାରଙ୍କ ସଂଯୋଜନାରେ ବୁଧବାର ଦିନ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷା ବିନୋଦିନୀ ଦତ୍ତ ମୁଖ୍ୟ ଅତିଥି, ଉକ୍ତ ପରିଷଦର ସଭ୍ୟ ବିପିନ ସେନାପତି,ଗଜଲକ୍ଷ୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଶୈଳବାଳାସ୍ୱାଇଁ ଏବଂ ନୃସିଂହ ନାଥ ସ୍ୱୟଂ ସହାୟକ ଗୋଷ୍ଠୀର ଅଧ୍ୟକ୍ଷା କବିତା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଗଜାନନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରୀମତୀ ଦତ୍ତ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ ।ପରିଚାଳନା ପରିଷଦର ସଭ୍ୟ ସଭ୍ୟା,୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ, ନୂତନ ଭାବେ ନାମ ଲେଖିବାକୁ ଆସିଥିବା ୧୩ଜଣ ବିଦ୍ୟାର୍ଥୀଙ୍କ ମାତା ପିତାଙ୍କ ଉପସ୍ଥିତିରେ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତାପ୍ରଧାନ, ନମିତା ସାହୁଙ୍କ ଦ୍ୱାରା ରଙ୍ଗବେରଙ୍ଗ ଶାଢ଼ୀ, ଆଲୋକ, ଝୋଟି, କଳସ,ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀରେ ସୁସଜ୍ଜିତ ପ୍ରକୋଷ୍ଠରେ ଅନୁଷ୍ଠିତ ଉକ୍ତ ଉତ୍ସବକୁ ଶିକ୍ଷୟିତ୍ରୀଶୈବାଳିକା ମଲ୍ଲିକ, ଶ୍ରୋତାଲିନି ସାହୁ ଓ ସୌଦାମିନି ପରିଡ଼ା ପରିଚାଲନା କରିଥିଲେ ।ସମ୍ବିତ କେଦାରଙ୍କ ଦ୍ୱାରା ପ୍ରସ୍ତୁତ ନାମ ଟ୍ୟାଗ ଶୁଭଶ୍ରୀ ଧଳ ଓ ସ୍ମିତାସିନ୍ଧୁ ମହାପାତ୍ର ଲଗାଇ ନୂତନ ବିଦ୍ୟାର୍ଥୀଙ୍କ ମସ୍ତକରେ ଚନ୍ଦନ ପ୍ରଲେପ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ସେମାନଙ୍କୁ ଖଡ଼ି ଛୁଆଁଇଥିଲେ ।ଶିକ୍ଷକ ବିଭୁପ୍ରସାଦ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିବା ପରେ ଦୀପ୍ତିରଞ୍ଜନ ଦାସ ପିତାମାତାଙ୍କୁ ଶପଥ ପାଠ କରାଇଥିଲେ ।ନୂଆସାହି ସାଧନକେନ୍ଦ୍ର ସଂଯୋଜକ ଚନ୍ଦ୍ର ଶେଖର ନାୟକଙ୍କ ଦ୍ୱାରା ଶିକ୍ଷାରଥ ଉକ୍ତ ବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ପହଞ୍ଚିଥିଲା ।ଛାତ୍ରମାନଙ୍କ ଦ୍ୱାରା ଡ୍ରମ, କରତାଳ,ତୁରୀ, ଝୁମୁକା ବାଦନ, ମହିଳାମାନଙ୍କ ହୁଳହୁଳି ଧ୍ୱନୀରେ ପରିବେଶ ପ୍ରକମ୍ପିତ ହୋଇଥିଲା ।ବିଦ୍ୟାଳୟ ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ଅତିଥି, ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା ପରିଷଦର ସଭ୍ୟସଭ୍ୟା, ଚାରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ରଥକୁ ସ୍ୱାଗତ କରିବା ପରେ ସିଆରସିସି ଶ୍ରୀ ନାୟକଙ୍କ ସହାୟତାରେ ଶିକ୍ଷକ ଅଂଶୁମାନ ଧଳ, ସୌଦାମିନି ସୁବୁଦ୍ଧି ଓ ସ୍ନେହଲତା ପାଇକରାୟ ସ୍ଲୋଗାନ ପଢି ରଥ ପରିକ୍ରମାରେ ଶିକ୍ଷା ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.