ମାଲକାନଗିରି ,୨୯/୦୩(ପିପିଟି) :ଆଜି ମାଲକାନଗିରି ଓକିଲ ସଙ୍ଘର କର୍ମ କର୍ତ୍ତାଙ୍କ ନିର୍ବାଚିତ ଫଳାଫଳ ଘୋଷଣା ହୋଇଯାଇଛି। ମାଲକାନଗିରି ଓକିଲ ସଙ୍ଘର ସଭାପତି ଭାବେ ପ୍ରୀତିପାଲ ସିଂ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ୭୫ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜୁ ସରକାରଙ୍କୁ ୬୦ ଖଣ୍ଡ ଭୋଟ ମିଳିଥିଲା।ମୋଟ ୧୩୬ ଖଣ୍ଡ ଭୋଟ ରୁ ଖଣ୍ଡେ ଭୋଟ ନାକଚ ହୋଇ ଯାଇଥିଲାବେଳେ ୧୩୫ ଖଣ୍ଡ ଭୋଟ ବୈଧ ଥିଲା। ପ୍ରୀତିପାଲା ସିଂ ଗତ ୨୦୨୪ ନିର୍ବାଚନରେ ମଧ୍ୟ ସଭାପତି ଭାବେ ବିଜୟୀ ହୋଇ ଥିଲେ। ଏହିକୁ ମିଶାଇ ୨ୟ ଥର ଲାଗି ସେ ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହେବାର ଗୌରବ ଅର୍ଜନ କରି ପାରିଛନ୍ତି।
ସେହି ପରି ଉପସଭାପତି ଭାବେ ସରୋଜ କୁମର ମହାନ୍ତିଙ୍କୁ ୮୦ ଖଣ୍ଡ ଭୋଟ ପ୍ରାପ୍ତ ହୋଇ ବିଜୟ ଲାଭ କରିଥିଲା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଯୋଶେଫ ଜେମସ୍ ୫୧ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ। ମୋଟ ୧୩୬ ଖଣ୍ତ ଭୋଟ ରୁ
୫ଟି ଭୋଟ ନାକଚ ହୋଇ ୧୩୧ଟି ଭୋଟ ବୈଧ ହୋଇଥିଲା।
ସଂପାଦକ ଭାବେ ସାଗର ପାଣିଗ୍ରାହୀ ୬୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଥିଲେ। ତାଙ୍କ ଅନ୍ୟ ୨ ଜଣ ପ୍ରତିଦ୍ବନ୍ଦୀ ଭାବେ ତାପସ କୁମାର ନାଥ ୬୨ ଖଣ୍ଡ ଓ ହିରୋଜ କୁମାର ପାଣିଗ୍ରାହୀ ମାତ୍ର ୭ ଖଣ୍ଡ ଭୋଟ ପାଇଥିଲେ। ୧୩୬ ଖଣ୍ଡ ଭୋଟରୁ ୪ ଖଣ୍ଡ ଭୋଟ ନାକଚ ହୋଇ ୧୩୨ ଖଣ୍ଡ ଭୋଟ ବୈଧ ହୋଇଥିଲା। ସେହିପରି ଯୁଗ୍ମ ସଂପାଦକ ଭାବେ ଉମାଶଙ୍କର ନାଏକ ୮୮ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିଲେ। ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭବତୋଷ ବିଶ୍ବାସଙ୍କୁ ୪୫ ଖଣ୍ଡ ଭୋଟ ପ୍ରାପ୍ତ ହେଇଥିଲା । ୧୩୬ ଖଣ୍ତ ଭୋଟ ରୁ ୩ ଖଣ୍ଡ ଭୋଟ ନାକଚ ହୋଇ ଥିଲା ବେଳେ ୧୩୩ ଖଣ୍ଡ ଭୋଟ ବୈଧ ଥିଲା। ଏହା ବ୍ୟତିତ ନିର୍ବାଚନ ଅଧିକାରୀ ଭାବେ ଅଶୋକ ନାୟକ, ସହକାରୀ ନିର୍ବାଚନ ଅଧିକାରୀ ଭାବେ ବିଶ୍ବ ରଂଜନ ଶଗରିଆ ଏବଂ ଟି. ଭାସ୍କର ଦାୟିତ୍ଵ ନିର୍ବାହ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)