ସାଂସ୍କୃତିକ ଓ ସମାଜିକ ଅନୁଷ୍ଠାନ ଭୂମିକା ତରଫରୁ ବିଶ୍ଵ ନାଟ୍ୟ ଦିବସ ପାଳିତ ।

0 121

ସୁବର୍ଣ୍ଣପୁର ,୨୮/୦୩(ପିପିଟି):ବିଶ୍ଵ ନାଟ୍ୟ ଦିବସରେ ଅବସରରେ ଓଡ଼ିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ “ଭୂମିକା” ତରଫରୁ ଗ୍ରାମାଞ୍ଚଳର ନାଟ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ତରଭା ନିକଟସ୍ଥ ସରଗଜ ଗ୍ରାମରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରେ ବାବାଜୀ ମନହିରା ଙ୍କୁ ନାଟ୍ୟାଚାର୍ଯ୍ୟ ସମ୍ମାନ ରେ ସମ୍ମାନିତ କରାଯାଇଛି, ଭୂମିକା ର ସଭାପତି ଶ୍ରୀ ବିରେନ୍ଦ୍ର କୁମାର ବଞ୍ଛୋର ,ଉପଦେଷ୍ଟା ନାଟ୍ୟ ଭୁଷଣ ଜଗଦାନନ୍ଦ ଛୁରିଆ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କଳାକାର ମାନଙ୍କ ମଧ୍ୟ ରେ ଅବଦୁଲ ଜମାଲ ଖାଁ, ସୁଧାଂଶୁ ଶେଖର ପଟ୍ଟନାୟକ, ମଧୁ ନାୟକ, ବିଜୟ ତ୍ରିପାଠୀ, ରାମଚନ୍ଦ୍ର ସାହୁ, ଚିତ୍ତରଞ୍ଜନ ଦାଶ, ମହେନ୍ଦ୍ର ମଲ୍ଲିକ,ଗୋପାଳ ମିଶ୍ର, ପ୍ରିୟ ରଞ୍ଜନ ବହିଦାର, ରାଜୀବ ଲୋଚନ ଆଚାର୍ଯ୍ୟ , ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ଋଦ୍ରଦେବ ପ୍ରଧାନ, ଶିରିଶ ଚନ୍ଦ୍ର ହୋତା, ରାମଚନ୍ଦ୍ର ମିଶ୍ର, ଅମରେନ୍ଦ୍ର ମିଶ୍ର, କୃଷ୍ନଚନ୍ଦ୍ର ମହାପାତ୍ର, ଶକ୍ତିଦତ୍ତ ମିଶ୍ର, ନୟନ ମହାନ୍ତି, ରଶ୍ମିରଞ୍ଜନ ବକ୍ସି, ରଞ୍ଜନ ବିଶ୍ଵାଳ, ସୋମ ନାୟକ ଓ ବିଷ୍ଣୁ କୁମାର ବେଜ୍ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଓ କଳାକାର ଙ୍କ ମନୋବଳ କୁ ଦ୍ଵିଗୁଣିତ କରିଥଲେ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.