ଗୋପବନ୍ଧୁ ହାଇସ୍କୁଲରେ ଏକ ଦିବସୀୟ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ।

0 80

ପୋଲସରା,୨୮/୦୩(ପିପିଟି): ଆଜି ଶୁକ୍ରବାର ଦିନ ପୋଲସରା ସ୍ଥିତ ଗୋପବନ୍ଧୁ ହାଇସ୍କୁଲରେ ଏକ ଦିବସୀୟ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରଟିକୁ ବିଇଓ ଶଙ୍କର୍ଷଣ ସଡଙ୍ଗୀ ଅତିଥିଭାବେ ଯୋଗଦେଇ ଶୁଭାରମ୍ଭ କରିବାସହ ସ୍ବାସ୍ଥ୍ୟ ଶିବିରର ମହତ୍ବ ଏଵଂ ଉଦ୍ଦେଶ୍ୟଉପରେ ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ। ଏଥିସହ ବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଯେଉଁ ନିଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କ ଶାରୀରିକ ଦକ୍ଷତା ମାପ ମାଧ୍ୟମରେ ଭବିଷ୍ୟତରେ ଜଣେ ସୁସ୍ଥ ନିରାମୟ ଜୀବନ ଜାପନ କରିବାର ସୁଯୋଗ ପାଇବାକୁ ନେଇ ଯେଉଁ ପ୍ରୟାସ କରାଯାଉଛି ତାହାର ପ୍ରଶଂସା କରିଥିଲେ। ପରେ ଡା. ଶୁଭ୍ରାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ଚିନ୍ମୟ ସାହୁ, ସୁନୀଲ କୁମାର ଦଳାଇ ଓ ଅନିଲ କୁମାର ମଲ୍ଲିକ ପ୍ରମୁଖ ଚିକିତ୍ସକ ଦଳ ବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ମହତ୍ ସେବାକାର୍ଯ୍ୟରେ ବିଦ୍ୟାଳୟର ଅନ୍ୟ ସମସ୍ତ ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ ଏଵଂ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.