ଆମ ପୋଲିସ ସମିତି ବୈଠକ ।

0 207

ଭଞ୍ଜନଗର, ୨୩/୦୩(ପିପିଟି) : ଆସନ୍ତା ଏପ୍ରିଲ ପହିଲାରୁ ୧୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡନାଚ ପରିବେଷଣ ହେବ। ଏହିଭଳି ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ବିଭିନ୍ନ ସ୍ଥାନରେ ଦଣ୍ଡନାଚ ହେବ। ତେଣୁ ରବିବାର ଭଞ୍ଜନଗର ଥାନାରେ ଆମ ପୋଲିସ ସମିତିର ୯୦ତମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆମ ପୋଲିସ ସମିତି କର୍ମକର୍ତ୍ତା ଏବଂ ୧୦ଟି ଦଣ୍ଡନାଚ କମିଟି କର୍ମକର୍ତ୍ତାଙ୍କୁ ନେଇ ବୈଠକ ହୋଇଥିଲା। ଏଥିରେ ଭଞ୍ଜନଗର ଏସ ଡିପିଓ ସୁଜିତ୍‌ କୁମାର ନାୟକ ଯୋଗଦେଇ କହିଥିଲେ ଯେ, ଚଳିତ ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥିରେ ଯଦି କୌଣସି ଯାତ୍ରା କମିଟି ଅବମାନନା କରନ୍ତି ତେବେ ସଂପୃକ୍ତ କମିଟି ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଏସଡିପିଓ କହିଥିଲେ।
ଥାନା ଅଧିକାରୀ ଜିବନାନନ୍ଦ ଜେନା କହିଥିଲେ ଯେ, ଶାନ୍ତି ଶୃଙ୍ଖଳା ସହ ଦଣ୍ଡଯାତ୍ରା କରିବା କିନ୍ତୁ ରାଜନୀତି କରଣ କରିବା ନାହିଁ। ନିୟମ ଅନୁସାରେ ଯାତ୍ରା କରିବା।ପୋଲିସକୁ ସମସ୍ତ ଯାତ୍ରା କମିଟି ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ
ସମିତିର ସଭ୍ୟ ଡ .ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, କୃତିବାସ ବିଶ୍ବାଳ, ଅନ୍ତର୍ଯ୍ୟାମୀ ତ୍ରିଆଠୀ , ଜଗଦୀଶ ପାଣିଗ୍ରାହୀ, ଲୋକନାଥ କର, ମୁରଲୀ ପଣ୍ଡା, ସନ୍ତୋଷ ଜେନା, ସୁଶାନ୍ତ ମହାପାତ୍ର, ବାସନ୍ତୀ ପାଣିଗ୍ରାହୀ, ବିଷ୍ଠୁ ସେନାପତି, ଏସ ଆଇ ସମୀର କୁମାର ସେଠୀ, ଲକ୍ଷ୍ମୀ ମହାନ୍ତି, ଲିପିନା ବିଶ୍ବାଳ, ଏଏସଆଇ ବିଦେଶୀ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଅନୁପମ ବାନାର୍ଜୀ ସଭାକୁ ସଂଯୋଜନା କରିଥିଲେ। ଜଗବନ୍ଧୁ ଜେନା ଧନ୍ୟବାଦ ଦେଇଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.