ପୋଲସରା ଓକିଲ ସଂଘ ନିର୍ବାଚନ ।

0 276

ପୋଲସରା,୧୮/୦୩(ପିପିଟି):ଆଜି ଗଂଜାମ ଜିଲ୍ଲାର ପୋଲସରା ଓକିଲ ସଂଘର ନିର୍ବାଚନ-୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ କବିରାଜ ଦାସ, ସାଧାରଣ ସଂପାଦକ ଭାବେ ବ୍ରଜେନ୍ଦ୍ର ସାହୁଙ୍କ ସମେତ ଉପସଭାପତି ଅକ୍ଷୟ ଦାସ, ସହ ସଂପାଦକ ଭାବେ ବିଜୟ କୁମାର ସାସମଲ ପ୍ରମୁଖ ଓକିଲ ବୃନ୍ଦ ଗଣତାନ୍ତ୍ରିକ ପଦ୍ଧତି ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଭାବେ ଓକିଲ ଶରତ ଚନ୍ଦ୍ର ପଟ୍ଟନାୟକ ପରିଚାଳନା କରି ସହଯୋଗୀ ନିର୍ବାଚନ ଅଧିକାରୀ ଭାବେ ଓକିଲ କୁମାର ନାୟକ ଦାୟିତ୍ଵ ହୋଇଥିଲେ। ବିଜୟୀ ମାନଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦ ଓ ଶୁଭେଛାର ସୁଅ ଛୁଟିଥିବା ସଂଘର ବିଭିନ୍ନ ସମସ୍ୟାଗୁଡ଼ିକୁ ସମାଧାନ କରିବାକୁ ଚିତ କର୍ମକର୍ତ୍ତାମାନେ ପ୍ରତିଶୃତି ଦେଇଛନ୍ତି।

ରିପୋର୍ଟ୍- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.