ପୋଲସରା, ୨୮/୦୨(ପିପିଟି):ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ପୋଲସରା ବସଷ୍ଟାଣ୍ଡ ନିକଟସ୍ଥ ରତନୀ ଲଜରୁ ଗତକାଲି ପୋଲସରା ପୋଲିସ ଏକ ମୃତ ଦେହ ଉଦ୍ଧାର କରିଥିଲା। ମୃତକଙ୍କ ନାମ ରବୀନ୍ଦ୍ର କୁମାର ଭଞ୍ଜଦେଓ ତାଙ୍କ ଘର ସୋଡକ ଗ୍ରାମ ଅଟେ। ଉକ୍ତ ଘଟଣାକୁ ନେଇ ମୃତକଙ୍କ ସାନ ଭାଇ ପୋଲସରା ଥାନାରେ ଏକ ଲିଖିତ ଅଭିଯୋଗ ମାଧ୍ୟମରେ ତାଙ୍କ ଭାଇଙ୍କ ମୁହଁରେ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାର ଦେଖି ତାଙ୍କ ଭାଇ ରବୀନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ଏହାର ବିଧିବଦ୍ଧ ଭାବେ ତଦନ୍ତ କରାଯିବାକୁ ଦାବୀ କରିଥିଲେ। ଉକ୍ତ ଦାବିକୁ ନେଇ ଥାନା ପକ୍ଷରୁ କେସ୍ ନମ୍ବର -୧୪୨/୨୫ରେ ଏକ ମାମଲା ଥାନା ପକ୍ଷରୁ ରୁଜୁ କରାଯିବାସହ ଲଜ୍ ମାଲିଙ୍କଙ୍କୁ ଥାନାରେ ଅଟକ ରଖାଯାଇ ପୋଲିସ ଘଟଣାର ତଦନ୍ତ ଜାରିରଖିଥିବା ବେଳେ ଆଜି ଅର୍ଥାତ୍ ୨୮/୦୨/୨୫ ଶୁକ୍ରବାର ଦିନ ମୃତକଙ୍କ ପରିବାରସହ କିଛି ଗ୍ରାମବାସୀମାନେ ଲଜ୍ ସମ୍ମୁଖ ସଡ଼କ ଉପରେ ମୃତକଙ୍କ ପରିବାରକୁ ପଚାଶ ଲକ୍ଷ ଟଙ୍କା କ୍ଷତୀପୂରଣ ଏବଂ ନ୍ୟାୟ ଦାବୀ ନେଇ ଧାରଣାରେ ବସିବାସହ ଟାୟାର ଜାଳି ସଡ଼କ ଅବରୋଧ କରିଥିଲେ। ଫଳରେ ସହର ଭିତରେ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ଏ ମଧ୍ୟରେ ଛତ୍ରପୁରରୁ ଏ . ଏସି .ପି ପ୍ରଶାନ୍ତ କୁମାର ଦାସ ଙ୍କ ସହ ତଦନ୍ତ ଅଧିକାରୀ ଲଜ୍ କୁ ଆସି ମୃତ ଦେହର ଟିକିନିଖିଭାବେ ନିରୀକ୍ଷଣ ଏବଂ ଘଟଣାର ଛାନ୍ ବିନ୍ କରିଥିଲେ। ପରେ ଉପସ୍ଥିତ ଗଣ ମାଧ୍ୟମ ଏଵଂ ମୃତକଙ୍କ ପରିବାରକୁ ଓ ଗ୍ରାମ ବାସୀଙ୍କୁ ଆଗାମୀ ୧୫ ଦିନ ମଧ୍ୟରେ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେବାରୁ ମୃତକଙ୍କ ପରିବାର ଧାରଣା ପ୍ରତ୍ୟାହାର କରିବାସହ ଯଦି ପ୍ରଶାସନ ନିଜେ ଦେଇଥିବା ପ୍ରତିଶ୍ରୁତିକୁ ନିର୍ଦ୍ଧାରିତ ଦିବସ ମଧ୍ୟରେ ତଦନ୍ତ କରି ନ୍ୟାୟ ଦେବାରେ ବିଫଳ ହୁଏ, ତେବେ ତା ପରବର୍ତ୍ତୀ ସମୟରେ ମୃତକଙ୍କ ପରିବାର ଏବଂ ସୋଡକ ଗ୍ରାମବାସୀ ପ୍ରଶାସନ ବିରୋଧରେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ଚେତାଇ ଦେଇଛନ୍ତି। ଏହି ସମୟରେ ପୋଲସରା ଥାନା ଆଇଆଇସି କୌସିକ୍ ମାଝୀଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇ ପରିସ୍ଥିତି ଉପରେ ତିକ୍ଷ୍ମଣ ଦୃଷ୍ଟି ରଖାଯାଇଥିବା ଦେଖିବାକୁ ମିଳିଥିଲା।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା