ମାଲକାନଗିରି,୨୭/୦୨(ପିପିଟି) :ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅନୁସୂଚିତ ଜାତି,ଜନ ଜାତି ବିଦ୍ୟାଳୟରେ ଅଧ୍ୟୟନ ରତ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଏକ କନ୍ୟା ଶିଶୁକୁ ଜନ୍ମ ଦେବା ଘଟଣା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଧାନ ଶିକ୍ଷକ ଅଜିତ କୁମାର ମାଡକାମୀ ଓ ଏଏନଏମ ଶ୍ରୀମତୀ କବିତା କୁମାରୀ ପାତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ବେଳେ ମେଟ୍ରନ ଦିୟିତ୍ବ ରେ ଥିବା ଶ୍ରୀମତୀ ସୁଚିତ୍ରା ଚର୍ଚ୍ଚିଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ସେହିପରି ୧୦ମ ଶ୍ରେଣୀ ଛାତ୍ରୀକୁ ଯେଉଁ ଯୁବକ
ଦୈହିକ ସଂପର୍କ ରଖିଥିଲା ତାକୁ ଚିତ୍ରକୋଣ୍ଡା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।୧୦ମ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଗତ ୨୪ ତାରିଖ ଦିନ ଝିଅଟି ପରୀକ୍ଷା ଦେଇ ଫେରିଥିଲା ଚିତ୍ରକୋଣ୍ଡା ହଷ୍ଟେଲକୁ ଫେରି ଥିଲା। ପ୍ରତିଦିନ ସନ୍ଧ୍ୟା ରେ ହଷ୍ଟେଲରେ ପ୍ରାର୍ଥନା ହେଉଥିବା ବେଳେ ଜନୈକା ୧୦ମ ଶ୍ରେଣୀ ଝିଅଟି ଅନୁପସ୍ଥିତ ରହିଥିଲା। ଝିଅଟି ନିଖୋଜ ଥିବା ଘଟଣା ଜଣାପଡ଼ିବା ପରେ ବିଦ୍ୟାଳୟ ପକ୍ଷରୁ ସଂପୃକ୍ତ ଝିଅର ବାପାଙ୍କୁ ଫୋନ୍ ଯୋଗେ ଜଣାଇବା ସହ ତୁରନ୍ତ ପହଞ୍ଚିବା ପାଇଁ କୁହାଯାଇଥିଲା। ଏବଂ ପୋଲିସକୁ ମଧ୍ୟ ଏ ସଂପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା।କଛି ସମୟ ଖୋଜାଖୋଜି କଲା ପରେ ଝିଅଟି ହଷ୍ଟେଲର ଛାତ ଉପରୁକୁ ଯାଇ ଏକ କନ୍ଯା ସନ୍ତାନକୁ ପ୍ରସବ କରିଥିବା ଦେଖିବାକୁ ମିଳିଥିଲା। ଉଭୟ ମା’ ଛୁଆଙ୍କୁ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବେଳେ ପରବର୍ତ୍ତୀ ସମୟରେ କୋରାପୁଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଦଣ୍ଡ ଦେବାକୁ ଦୃଢ ଦାବି କରିଛି। ଅନ୍ଯପକ୍ଷ ମାଲକାନଗିରି ଜିଲ୍ଲାପାଳ ଈଶ୍ୱର ଆଶିଷ ପାଟିଲ ଘଟଣାକୁ ଅନୁଧ୍ୟାନ କରି ପ୍ରଧାନ ଶିକ୍ଷକ, ଏଏନଏମ କୁ କାର୍ଯ୍ୟରୁ ଆଜି ନିଲମ୍ବିତ କରାଯିବା ବେଳେ ମେଟ୍ରନକୁ କାର୍ଯ୍ୟ ରୁ ବହିଷ୍କୃତ କରିଥିଲେ।
ପରବର୍ତ୍ତୀ ସମୟରେ ପୋଲିସର ତଦନ୍ତ କରି ଆସାମୀ ସୁଶାନ୍ତ କୁମାର ଖିଲ , ଗ୍ରାମ: ଦିଶାରୀ ଗୁଡା, ଥାନା : ଚିତ୍ରକୋଣ୍ଡାକୁ ଗିରଫ କରିବା ସହ ଚିତ୍ରକୋଣ୍ଡା ଥାନା କେଶ ନମ୍ବର:୪୩ ଧାରା ୬୪(୨)(ଏମ୍) ୬୫(୧) ବିଏନଏସ/ଆରଡବ୍ଳୁ ଧାରା ୬/୨ପୋକ୍ସୋ ଆକ୍ଟ ୨୦୧୨/ତା:୨୬.୨.୨୦୨୫ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)