ପୋଲସରା ପ୍ରେସ୍ କ୍ଳବ୍ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ।

0 238

ପୋଲସରା ,୨୭/୦୧(ପିପିଟି) :ଆଜି ପୋଲସରା ଫ୍ରେସ୍ କ୍ଳବ୍ ପକ୍ଷରୁ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏ ଉପଲକ୍ଷେ ଆୟୋଜିତ ଉତ୍ସବରେ ଫ୍ରେସ୍ କ୍ଳବ୍ ର ସଭାପତି
କେ. ସୁମିତ୍ରା ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ହରିହର ପାତ୍ର ସାଧାରଣତନ୍ତ୍ର ଦିବସ ର ଇତିହାସ ଓ ମହତ୍ବ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ କେ. ସନ୍ତୋଷ କୁମାର ପାତ୍ର , ଡ଼. ସୁଶାନ୍ତ କୁମାର ସାହୁ , ସୀମାଞ୍ଚଳ ସାହୁ , ସୁଶାନ୍ତ କୁମାର ମହାରଣା , ପ୍ରଗତିବନ୍ଧୁ ଦାଶ , ସୁଚିତ କୁମାର ପ୍ରଧାନ , ନୃସିଂହ ନାଥ ସ୍ୱାଇଁ , ନାରାୟଣ ସାହୁ , ପ୍ରଶାନ୍ତ କୁମାର ପ୍ରଧାନ ଓ କେ ସୁମିତ୍ରା ପାତ୍ର ପ୍ରମୁଖ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.