ବେଲଗୁଣ୍ଠା କଲେଜ ପ୍ରତିଷ୍ଠାତା ସ୍ଵର୍ଗତ ରମେଶ କୁମାର ସାମଲଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ ।

0 295

ବେଲଗୁଣ୍ଠା,୩୧/୧୨(ପିପିଟି):ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍,ଜନନେତାସ୍ଵର୍ଗତ ରମେଶ କୁମାର ସାମଲଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିମୂର୍ତ୍ତୀ ଉନ୍ମୋଚନ କାର୍ଯ୍ୟକ୍ରମରେ ବେଲଗୁଣ୍ଠା କାର୍ଯ୍ୟ ନିର୍ବାହି ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହପାତ୍ର,ବାଣାୟତ ଓଡିଆ ସମାଜର ରାଜ୍ୟ ସଭାପତି ସନ୍ତୋଷ କୁମାର ନାୟକ, ଜିଲ୍ଳା ସଭାପତି ଗନ୍ଧର୍ବ ପ୍ରଧାନ, ଉପଦେଷ୍ଟା କବି ରାଜ ପାଳ,ସମସ୍ତ ଏନ୍ଏସି କାଉନସିଲର୍ ଯୋଗ ଦେଇ ସ୍ୱର୍ଗତ ସାମଲ ଜଣେ ବିଶିଷ୍ଟ ଶିକ୍ଷାପ୍ରେମୀ ଥିବା ବେଳେ ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ସଦାସର୍ବଦା ଚେଷ୍ଟିତ ଥିଲେ ବୋଲି ମତପ୍ରକାଶ ପାଇଥିଲା । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟଟି ଅଞ୍ଚଳରେ ଉଚ୍ଚଶିକ୍ଷାର ଏକ ପ୍ରମୁଖ ଅନୁଷ୍ଠାନ ହୋଇଥିବା ବେଳେ ବହୁ ପ୍ରତିଭା ସୃଷ୍ଟି କରୁଛି । ଯାହାର ସମସ୍ତ ଶ୍ରେୟ ସ୍ବର୍ଗତ ସାମଲଙ୍କୁ ଯାଉଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ସ୍ୱର୍ଗତ ସାମଲଙ୍କ ପାଇଁ ଏକ ସମ୍ମୁଚିତ ଶ୍ରଦ୍ଧାଞ୍ଜଳି ବୋଲି ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିବା ବାଣାୟତ ଓଡିଆ ସମାଜର କର୍ମକର୍ତ୍ତା ମାନେ ସ୍ୱର୍ଗତ ସାମଲଙ୍କ ବାସଭବନ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.