ପ୍ରବାସୀ ଓଡ଼ିଆ ସଂଗଠନ ଶ୍ରୀ ଜଗନ୍ନାଥ ସେବା ସମିତିର ଦମନରେ ସାମାଜିକ ସେବା ।

0 301

ବେଲଗୁଣ୍ଠା,୨୩/୧୨(ପିପିଟି):ଭାଇ ଚାରା ଏବଂ ସେବାର ପ୍ରକୃଷ୍ଟ ଉଦାହରଣ ଦେଖିବାକୁ ମିଳେ ଓଡ଼ିଆଙ୍କ ନିକଟରେ । ଓଡ଼ିଆ ମାନେ ଯେଉଁଠି ବି ଥିଲେ ସେଠାରେ ନିଜର ସ୍ଵତନ୍ତ୍ର ସଂଗଠନ ତିଆରି କରି ବିଭିନ୍ନ ସାମାଜିକ ସେବାରେ ନିଜକୁ ନିୟୋଜିତ କରିଥାନ୍ତି । ଏହିଭଳି ଏକ ନିଆରା ସଂଗଠନ ହେଉଛି ଭାରତରେ ଅନ୍ୟତମ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରତିଷ୍ଠିତ ପ୍ରବାସୀ ଓଡ଼ିଆ ସଂଗଠନଶ୍ରୀ ଜଗନ୍ନାଥ ସେବା ସମିତି । କେନ୍ଦ୍ର ଶାସିତ ଅଞ୍ଚଳ ଦମନ, ବାପି ଏବଂ ଏହାର ଆଖପାଖରେ ରହୁଥିବା ପ୍ରବାସୀ ଓଡିଆ ଭାଇମାନଙ୍କ ଦ୍ଵାରା ଗଠିତ ହୋଇଛି ଶ୍ରୀ ଜଗନ୍ନାଥ ସେବା ସେମିତି । ଏହି ସମିତି ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ ସେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରିଥାଏ । ଏହି ପ୍ରରିପ୍ରେକ୍ଷୀରେ ରବିବାର ଦିନ ଏହି ସଂଗଠନର ସଦସ୍ୟମାନେ ମାନସିକ ଅନଗ୍ରସର ତଥା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଗୁଜରାଟ ବଲସାଡ ଜିଲ୍ଲାର ପାର୍ଡି ଅଞ୍ଚଳରେ ଅବସ୍ଥିତ ମନୋବିକାଶ ଚାରିଟେବୁଲ ଟ୍ରଷ୍ଟକୁ ସେବା ଯୋଗାଇଥିଲେ। ପିଲାମାନଙ୍କୁ ଖାଦ୍ୟ, ପଠନ ସାମଗ୍ରୀ ଏବଂ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରିବା ସହିତ ସଂଗଠନର ସଦସ୍ୟମାନେ ଅନୁଷ୍ଠାନକୁ ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ। ଆଗାମୀ ଦିନରେ ସଂଗଠନକୁ ଅଧିକ ସୁଦୃଢ଼ କରାଯିବା ସହିତ ସଂଗଠନର ଏହି ସେବା କାର୍ଯ୍ୟକ୍ରମକୁ ଅନ୍ୟାନ୍ୟ ଅଞ୍ଚଳରେ ଜାରି ରଖାଯିବ ବୋଲି ସଂଗଠନ ସଦସ୍ୟ ଏବଂ କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ଏହି ସଂଗଠନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସଦସ୍ୟ ମାନେ ରହିଥିବା ବେଳେ ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଲକ୍ ରୁ ମଧ୍ୟ କିଛି ସଦସ୍ୟ ରହିଛନ୍ତି । ମାନବ ସେବା ହିଁ ମାଧବ ସେବା ଧର୍ମର ପ୍ରଚାର ଏବଂ ପ୍ରସାର ପାଇଁ ଶ୍ରୀ ଜଗନ୍ନାଥ ସେବା ସମିତି, ଦମନ ର ସଦସ୍ୟମାନଙ୍କ ଏହିଭଳି ଉଦ୍ୟମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

ରିପୋର୍ଟ- -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.