ଅରିଗାଁ-ବିନିକା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ।

0 126

ସୁବର୍ଣ୍ଣପୁର,୨୦/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ଠାରେ ୨୦ ତମ ଅରିଗାଁ – ବିନିକା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ କମିଟି ର ସଭାପତି ତଥା ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଧନୁଯାତ୍ରା ଆସନ୍ତା ଡ଼ିସେମ୍ବର ୨୩ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ହେବ। ଏହି ଧନୁଯାତ୍ରା ୧୧ଦିନ ଧରି ଚାଲିବ।ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ବିଶ୍ଵମ୍ଭର ମିଶ୍ର, ଉପ ସଭାପତି ପ୍ରାଣବନ୍ଧୁ ଦେହେରୀ, ଯୁଗ୍ମ ସଂପାଦକ ସତ୍ୟ ନାରାୟଣ କର୍ଣ୍ଣ, କୋଷାଧ୍ୟକ୍ଷ ମୁକେଶ କର୍ମୀ, ସଦସ୍ୟ ସୁବଳ କଲିତା, ସତ୍ୟ ନାରାୟଣ କର୍ଣ୍ଣ, ଫିରୋଜ ସେଠୀ, ରଞ୍ଜନ ପ୍ରଧାନ, ପୀୟୂଷ ଦାଶ, ଅରବିନ୍ଦ ଡାଙ୍ଗ, ରତନ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ସୌମ୍ୟ ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.