ଭଞ୍ଜନଗରରେ ଓଷ୍ଟାର ମେଧାବୃତ୍ତି ପରୀକ୍ଷା ।

0 287

ଭଞ୍ଜନଗର, ୨୪/୧୧(ପିପିଟି):ସ୍ଥାନୀୟ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟା ତରଫରୁ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ସ୍ୱରାଜ କହଁର ଆନୁଷ୍ଠାନିକ ଭାବେ ଓଷ୍ଟ। ରୁ ଆସିଥିବା ପ୍ରଶ୍ନପତ୍ରକୁ ଜିଲ୍ଲା ସଭାପତି ସନ୍ତୋଷ ଜେନା, ବ୍ଲକ ସଭାପତି ଦିଲ୍ଲୀପ କୁମାର ସ୍ୱାଇଁ, ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁ, ଗୀତାଞ୍ଜଳି ପ୍ରଧାନ, ଶୋଭାରାଣୀ ମହାପାତ୍ର,ସୁନୀଲ କୁମାର ଶତପଥୀ, ସୁଧୀର କାନ୍ତ ସାମନ୍ତରାୟ,କାଳିଆ ପାତ୍ର, ଜ୍ୟୋସ୍ନା ଦେବୀ, ବାସନ୍ତୀ ପାଣିଗ୍ରାହୀ, ସୁଜାତା ଦାସ, ପର୍ଯ୍ୟବେକ୍ଷକ ଗଣେଶ୍ୱର ଦଳାଇଙ୍କ ଉପସ୍ଥିତିରେ ଖୋଲାଯାଇଥିଲା । ଏଥିରେ ଜଗନ୍ନାଥପ୍ରସାଦ ଏବଂ ଭଞ୍ଜନଗର ବ୍ଲକର ୧୦ ବିଦ୍ୟାଳୟରୁ ୬୩ଜଣ ଛାତ୍ରଛାତ୍ରୀ ଏହି ମେଧାବୃତ୍ତି ପରୀକ୍ଷା ଦେଇଥିଲେ । ଏଥିରେ ନିରୀକ୍ଷକ ଭାବେ ସୁଜାତା ଦାସ, ବାସନ୍ତୀ ପାଣିଗ୍ରାହୀ ଓ ଜ୍ୟୋସ୍ନା ଦେବୀ ରହିଥିବା ବେଳେ ପର୍ଯ୍ୟବେକ୍ଷକ ଭାବେ ଗଣେଶ୍ୱର ଦଳାଇ ଉପସ୍ଥିତ ରହି ଶୃଙ୍ଖଳାର ସହ ପରୀକ୍ଷା ପରିଚାଳନା କରିଥିଲେ । କେନ୍ଦ୍ର ପରିଚାଳକ ପ୍ରଧାନଶିକ୍ଷୟିତ୍ରୀ ସ୍ୱରାଜ କହଁର, ସନ୍ତୋଷ ଜେନା, ଦିଲ୍ଲୀପ ସ୍ୱାଇଁ, ଗୀତାଞ୍ଜଳି ପ୍ରଧାନ, ଶୋଭାରାଣୀ ମହାପାତ୍ର,ସୁନୀଲ ଶତପଥୀ,କାଳିଆ ପାତ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.