ଅଧ୍ୟାପକ ଉଦ୍ଧବ ପଧାନଙ୍କୁ ଜାତୀୟସ୍ତରୀୟ ବିଲ୍ଡ ଭାରତ ଲିଡରସିର୍ପ ଆୱାର୍ଡ ।

0 248

ସୁବର୍ଣ୍ଣପୁର ,୧୨/୧୧(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର କାଦୋଦର ସ୍ଥିତ ମାଁ ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଆଇଟି ଅଧ୍ୟାପକ ତଥା ଯାଦୁଗର ଉଦ୍ଧବ ପଧାନ ଙ୍କୁ ବିଲ୍ଡ ଭାରତ ଲିଡର ସିପ୍ ଆୱାର୍ଡ ରେ ସମ୍ମାନରେ ସମ୍ମାନିତ କରାଯାଇଛି। ଭୁବନେଶ୍ଵର ଜୟଦେବ ଭବନ ଠାରେ ଚକ ଦେ ସୁପର -୫୦ ଅବସରରେ ହାପି ମୋମେଣ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ ଜାତୀୟ ସମ୍ମିଳନୀ ଏବଂ ନାଗରିକ ସମର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ଶ୍ରୀ ପଧାନଙ୍କୁ ସମାଜ ସେବା,ବୃକ୍ଷ ରୋପଣ, ପରିବେଶ ସୁରକ୍ଷା ଓ ଅନ୍ଧବିଶ୍ୱାସ ଉପରେ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥି ତଥା ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଯେନା ମାନପତ୍ର,ଶିଲ, ଉତ୍ତରୀୟ ଆଦି ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ। ଏହି ସମାବେଶରେ ଅନୁଷ୍ଠାନର ଫାଉଣ୍ଡର ତଥା ଚେୟାରମ୍ୟାନ ମାଷ୍ଟର ରାଜ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ସମାଜ ସେବି ତଥା ଲେଖିକା ଡ଼. ବନ୍ଦନା ହରିଚନ୍ଦନ, ସମାଜସେବୀ ଶଙ୍କର୍ଷଣ ପରିଡା,ଆଇନଜିବୀ ଉମାକାନ୍ତ ଜେନା, ଭାଗବତ ଗୀତା ପ୍ରବଚକ ପ୍ରଫେସର ପ୍ରଦୀପ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ପରିପେକ୍ଷୀରେ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ୫୦ ଜଣ ପ୍ରତିଭା ଙ୍କୁ ଅନୁଷ୍ଠାନ ସମ୍ୱର୍ଦ୍ଧିତ କରିଥଲା । ଏହି ସମାରୋହ କୁ ଅବିନାଶ ବାରିକ ପରିଚାଳନା କରିଥିବା ବେଳେ ଶେଷରେ ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ

Leave A Reply

Your email address will not be published.