ଭଞ୍ଜନଗର, ୦୫/୧୧(ପିପିଟି):ଆଜି ଅପରାହ୍ନ ପ୍ରାୟ ୪ଟା ୧୫ମିନିଟ ସମୟରେ ଭଞ୍ଜନଗର ଥାନା କଡରେ ଥିବା ଶୌଚାଳୟ ନିକଟରେ ଢୁଢୁଆ ଗ୍ରାମର ବିପ୍ର ଗୌଡ଼, ତନରଡାର ରାଜେଶ ମଲ୍ଲିକଙ୍କ ସହିତ କଥାବାର୍ତ୍ତା ହେଉଥିବା ବେଳେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାରସିଂ ଥାନା ଜଡ଼ା ହାଟୁଣୀ ଗ୍ରାମର ନାରାୟଣ ଗୌଡ଼ଙ୍କ ପୁଅ ବିଦୁର ଗୌଡ଼ ସେହି ସ୍ଥାନକୁ ଆସି ହଠାତ୍ ବିପ୍ର ଗୌଡ଼ଙ୍କୁ ଗୋଟେ କାତିରେ ତାଙ୍କର ମୁଣ୍ଡକୁ ୨ଥର ଆକ୍ରମଣ କରିବା ଦ୍ୱରା ବିପ୍ରର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ବିପ୍ରକୁ ପ୍ରଥମେ ଭଞ୍ଜନଗର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆସାମୀ ବିଦୁର ଗୌଡ଼ଙ୍କ ଠାରୁ ପୋଲିସ ଉକ୍ତ କାତିକୁ ଜବତ କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଏ ସଂକ୍ରାନ୍ତରେ ଭଞ୍ଜନଗର ଥାନା କେସ ନଂ ୧୦୪୫/୨୪ ଦଫା 118/118(1)/109 BNS / 25( 1-A) ଆର୍ମସ ଆକ୍ଟରେ ପଞ୍ଜିକୃତ ହୋଇଥିବା ଭଞ୍ଜନଗର ଥାନା ଅଧିକାରୀ କୁମାର ମୁଦୁଲି କହିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ, ଗତ ୨୦୨୧ ମସିହାରେ ଅଭିଯୁକ୍ତ ବିଦୁର ତାର ସ୍ତ୍ରୀ’କୁ ମାରପିଟ ଘଟଣାରେ ତାରସିଂ ଥାନା କେସ ନଂ ୨୭୨/୨୦ U/s 307/342/498-A/506 ଆଇପିସିରେ ଜେଲ ଯାଇଥିଲା।
ରିପୋର୍ଟ- (ଜେ. କେ ପଟ୍ଟନାୟକ)