ଭଞ୍ଜନଗର, ୦୧/୧୧(ପିପିଟି):ଆଜି ସକାଳେ ଭଞ୍ଜନଗର କୋର୍ଟ ସାମ୍ନାରେ ଏକ ଅର୍ଦ୍ଧ ନିର୍ମିତ ଘର ଆଗରେ ଜଣେ ଅଜଣା ବ୍ୟକ୍ତିଙ୍କର ମୃତଦେହ ପଡିଥିବାର ଦେଖବାକୁ ମିଳିଥିଲା।ଦିନେ କି ଦୁଇ ଦିନ ହେବ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।ଖବର ପାଇ ଭଞ୍ଜନଗର ଥାନା ଏଏସଆଇ ସୁଶାନ୍ତ କୁମାର ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହକୁ ଶବ ବ୍ୟବଛେଦ ପାଇଁ ମେଡ଼ିକାଲକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ତାର ପରିଚୟ ଜାଣିବା ପାଇଁ ଆସନ୍ତା ୭୨ଘଣ୍ଟା ପର୍ଯ୍ୟନ୍ତ ମୃତଦେହକୁ ସୁରକ୍ଷିତ ଭାବେ ମେଡ଼ିକାଲରେ ରଖାଯାଇଛି। ଏ ସଂକ୍ରାନ୍ତରେ ଭଞ୍ଜନଗର ଥାନାରେ ୪୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।ପୋଲିସ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ କୁମତ6ମୁଦୁଲି କହିଛନ୍ତି।
ରିପୋର୍ଟ- (ଜେ. କେ ପଟ୍ଟନାୟକ)