ଶିକ୍ଷା ଅନୁଷ୍ଠାନରେ ସାଧୁତାର ଶପଥ ଗ୍ରହଣ ଉତ୍ସବ।

0 256

ବୋଲଗଡ଼,୨୮/୧୦(ପିପିଟି):ଓଡ଼ିଶା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଆଦେଶ ରେ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀଉଚ୍ଚ ବିଦ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ,୨୦୨୪ ସୋମବାର ଦିନ ପୂର୍ବାହ୍ନ ୧୧ଟା ସମୟରେ ପାଳିତ ହୋଇଯାଇଛି ।ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶିକ୍ଷା କର୍ମଚାରୀ ପ୍ରଧାନ ଶିକ୍ଷକଙ୍କ ସମେତଜୀବନର ପ୍ରତି କ୍ଷେତ୍ରରେ ସଚୋଟତା ଓ ଆଇନର ଶାସନକୁ ଅନୁପାଳନ କରିବା, ଉତ୍କୋଚ ଗ୍ରହଣ ବା ପ୍ରଦାନ ନ କରିବା, ଜନସାଧାରଣଙ୍କ ହିତ ସାଧନ ନିମିତ୍ତକର୍ତ୍ତବ୍ୟ କରିବା, ଦୁର୍ନୀତି ସମ୍ପର୍କିତ ଘଟଣା ଦୃଷ୍ଟିକୁ ଆସିଲେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାକୁ ଶପଥ କରିଥିଲେ ।ସରକାରଙ୍କର ଏପରି ପଦକ୍ଷେପକୁ ସମସ୍ତ କର୍ମଚାରୀ ପ୍ରଶଂସା କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.