ପୋଲସରା:ଭାମଶ୍ୟାଳି ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ।

0 199

ପୋଲସରା,୨୭/୧୦(ପିପିଟି):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଭାମଶ୍ୟାଳି ଗ୍ରାମରେ ପ୍ରତିବର୍ଷ ଭଳି ଏହିବର୍ଷ ମଧ୍ୟ ବଡ଼ଦାଣ୍ଡ ସାହିରେ ଦୀର୍ଘ ଦଶଦିନ ଧରି ଚାଲିଥିବା ମା’ଗଜଲକ୍ଷ୍ମୀ ପୂଜା ଅବସରରେ ପ୍ରତି ସନ୍ଧ୍ୟା ସମୟରେ ନବଦିନାତ୍ମକ ରାମଚରିତ ମାନସ ଚାଲିଥିବା ବେଳେ ଶେଷ ଦିନରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ଏବଂ ନାମ ସଂକୀର୍ତ୍ତନପ୍ରେମୀ ମାନେ ହଜାର ହଜାର ସଂଖ୍ୟାରେ ଭିଡ଼ ଜମାଇଥିଲେ । ଆକର୍ଷଣୀୟ ଆଲୋକମାଳା ଭକ୍ତଙ୍କୁ ବିମୋହିତ କରିଥିଲା ଏବଂ ମନଲୋଭା ପସରା ମାନଙ୍କରେ ମଧ୍ୟ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା ।  ଏହି ପରିପେକ୍ଷୀରେ ସ୍ଥାନୀୟ ବୁଗୁଡ଼ା ସହରର ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ସମ୍ପାଦକ ଓ ସାହିତ୍ୟିକ ତ୍ରିଲୋଚନ ପଣ୍ଡା ଯାଇ ଦର୍ଶନ ଲାଭ କରିଥିବା ସହ ଜଗତ କଲ୍ୟାଣ ପାଇଁ ଆଶିଷ କାମନା କରିଥିଲେ । ପ୍ରତ୍ୟେକ ଦିନ କିଛି ନା କିଛି ପ୍ରସାଦ ବଣ୍ଟନ ହେଉଥିବା ବେଳେ ଏହି ନାମ ଯଜ୍ଞ ଅବସରରେ ଅନ୍ନଯଜ୍ଞ ହୋଇ ସମସ୍ତ ଦର୍ଶନାର୍ଥୀ ମାନେ ପ୍ରସାଦ ସେବନ କରିଥିଲେ । ଏହି ନାମ ଯଜ୍ଞରେ ଅଞ୍ଚଳର ନାମ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ ।  ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀମାନେ ସୁଚାରୁରୂପେ ଶାନ୍ତିଶୃଙ୍ଖଳା ସହ ସୁପରୀଚାଳନା କରିଥିଲେ ।

ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା 

Leave A Reply

Your email address will not be published.