ଶାରଦୀୟ ସାରସ୍ୱତ ମହୋତ୍ସବ ପାଳିତ।

0 150

ଖୋର୍ଦ୍ଧା,୧୩/୧୦(ପିପିଟି):ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମ ଦଶହରା ପଡିଆରେ ବିଶ୍ୱନାଥ ସ୍ବାଇଁ ସ୍ମୃତି ସଂସଦ, ଇଛାପୁର ଓ ପ୍ରଗତିଶୀଳ ସୃଜନୀ ସଂସଦ, ବଡକୁଳର ମିଳିତ ଆନୁକୂଲ୍ୟରେ ଉଭୟ ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସ୍ବାଇଁଙ୍କ ତତ୍ୱାବଧାନରେ ଶାରଦୀୟ ସାରସ୍ୱତ ମହୋତ୍ସବ -୨୦୨୪ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଶ୍ୱନାଥ ସ୍ୱାଇଁ ସ୍ମୃତି ସଂସଦର ସଭାପତି ପ୍ରାକ୍ତନ ଚିକିତ୍ସା ଅଧିକାରୀ ଡା. ମଧୁସୂଦନ ସେନାପତି ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ରୂପେ ପରିପ୍ରକାଶର ସମ୍ପାଦକ ପ୍ରଦୋଷ କୁମାର ଦାସ ଓ ମୁଖ୍ୟବକ୍ତା ଭାବେ ପ୍ରଗତିଶୀଳ ସୃଜନୀ ସଂସଦ, ବଡକୁଳର ସଭାପତି ଭିକାରୀ ଚରଣ ପ୍ରଧାନ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ରୂପେ ନାଚୁଣୀସ୍ଥିତ ଟ୍ୱିଟି ବାର୍ଡ ଇଂଲିଶ ମିଡିୟମ ସ୍କୁଲର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ସୁରେଶ କୁମାର ଦାଶ ଓ ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ କୁଳମଣି ବାରିକଙ୍କ ସମେତ ଅକ୍ରୁର ପ୍ରଧାନ, ଚନ୍ଦ୍ରଶେଖର ପ୍ରଧାନ, ସୁବଳ ମହାରଣା, ଭରତ ସ୍ୱାଇଁ, ବିଜୟ ସ୍ବାଇଁ, ମୋଚିରାମ ପ୍ରଧାନ, ଆଦିକନ୍ଦ ଖୁଣ୍ଟିଆ ଓ ମାଟିଆ ବେହେରା ଯୋଗଦେଇଥିଲେ ।ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଞ୍ଚଟି ଗ୍ରୁପରେ ପୃଥକ ଭାବେ ବକ୍ତୃତା, କୁଇଜ଼, ଆବୃତ୍ତି, ସଂଗୀତଓ ନୃତ୍ୟ ପ୍ରତିଯୋଗିତା ହୋଇଥିଲା।ବିଚାରକ ରୂପେ ସୁଧାକର ସ୍ବାଇଁ, କନ୍ଧ ମହାନ୍ତି, ବିଚିତ୍ର ସ୍ୱାଇଁ, ଦୁଃଶାସନ ମହାରଣା, କେଳୁଚରଣ ସ୍ବାଇଁ, ପୂର୍ଣଚନ୍ଦ୍ର ସ୍ବାଇଁ, ସଦାନନ୍ଦ ସ୍ବାଇଁ, ବର୍ଷା ସ୍ବାଇଁ, ଲିପି ସ୍ବାଇଁ ଓ ପୂର୍ଣଚନ୍ଦ୍ର ପ୍ରଧାନ କାର୍ଯ୍ୟ ସମ୍ପାଦନକରିଥିଲେ । ସମ୍ପାଦକ ଶ୍ରୀ ସ୍ବାଇଁଙ୍କ ରଚନା ଏବଂ ଶିକ୍ଷକ କୁଳମଣି ବାରିକଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରୀ ନୃତ୍ୟ ମାଧ୍ୟମରେ ଛାତ୍ରୀମାନେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ ।ଛାତ୍ରୀମାନେ ବାଲ୍ୟ ବିବାହ ପ୍ରସଙ୍ଗ ଉପରେ ନାଟକ ପରିବେଷଣ କରିଥିଲେ।ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।ସଞ୍ଜୟ ମହାରଣା, ବୁଲୁ ଖୁଣ୍ଟିଆ, ଆଲୋକ ଖୁଣ୍ଟିଆ ଓ ତପୁ ପ୍ରଧାନ ସହଯୋଗ କରିଥିଲେ ।ପରିଶେଷରେ ସମାଜସେବୀ ଶରତ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.