ଭଞ୍ଜନଗର,୦୨/୧୦(ପିପିଟି):ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗତ ମାସ ୧୭ତାରିଖ ଠାରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଆଜି ଅନ୍ତିମ ଦିବସ ଗାନ୍ଧୀ ଜୟନ୍ତୀରେ ଉଦଯାପିତ ହୋଇଯାଇଛି।ଏହି ଅବସରରେ ଆଜି ପ୍ରାତଃ ସମୟରେ ସହରରେ ଥିବା ସମସ୍ତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ଏହାପରେ ଏନଏସି ସଭାଗୃହ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ନଗରପାଳ ଗୋପବନ୍ଧୁ ମହାପାତ୍ର, ସମ୍ମାନିତ ଅତିଥି ରୂପେ ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡାଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ।ସ୍ୱଚ୍ଛତା କୁ ପ୍ରାଧାନ୍ୟ ଦେଇ ଭଞ୍ଜନଗର ସହରକୁ ସରଶ ସୁନ୍ଦର କରିବା ସହ ଏକ ଶ୍ରେଷ୍ଠ ଏନଏସି ଭାବେ ଗଢ଼ି ତୋଳିବାକୁ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସଫେଇ କର୍ମଚାରୀ ମାନଙ୍କୁ ନେଇ ହୋଇଥିବା ନୃତ୍ୟ,ସଙ୍ଗୀତ, ବକୃତା, ପ୍ରବନ୍ଧ ଲିଖନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି।ଏଥିରେ ଏନଏସିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ରିପୋର୍ଟ- (ଜେ. କେ ପଟ୍ଟନାୟକ)