ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ ।

0 224

ମାଲକାନଗିରି,୦୨/୧୦ଆଜି ସକାଳ ୮ ଟା ୨୦ ମିନିଟ ସମୟରେ ମାଲକାନଗିରି ସଦରମହକୁମା ସ୍ଥିତ ଏଜୁକେସନ କଲୋନୀ ଠାରେ ମନ୍ଦରଧର ଲୋକଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ବୟସପ୍ରାୟ ୭୫ ବର୍ଷ ହୋଇଥିଲା।ସେ ଜଣେ ସମାଜ ସେବୀ, ମିଷ୍ଟଭାଷୀ ଓ ଧର୍ମ ପରାୟଣ ବ୍ଯକ୍ତି ଥିଲେ। ତିନି ମାସ ପୂର୍ବରୁ ତାଙ୍କର ବ୍ରେନ୍ ଷ୍ଟ୍ରୋକ ହୋଇ ଥିଲା। ସେ ଚିକିତ୍ସାଧୀନ ରହିଥିଲେ ମଧ୍ୟ ସ୍ବାସ୍ଥ୍ୟ ରେ ଉନ୍ନତି ହୋଇ ନଥିଲା। ତାଙ୍କ ଜ୍ବାଇଁ ପୁଅ ହିମାଂଶୁ ସାମଲ ବିଜେଡିର ଜଣେ ଟାଣୁଆ କର୍ମୀ ଭାବେ ମାଲକାନଗିରି ଜିଲ୍ଲାରେ ଜଣାଶୁଣା। ମୃତ୍ୟୁ ବେଳକୁ ବଡ ପୁଅ ରାଜ କିଶୋର ଲେଙ୍କା,ସାନ ପୁଅ ଅଜୟ ଲେଙ୍କା, ଝିଅ ସ୍ନେହଲତା ସାମଲ ଓ ଅମିତା ଖୁଣ୍ଟିଆ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପୈତୃକ ଘର ଜଗତ ସିଂହପୁର ନାଉ ଗାଁ ରେ । ତେବେ ସ୍ବର୍ଗ ଲେଙ୍କା ସପରିବାର ୧୯୮୫ ମସିହାରେ ମାଲକାନଗିରି ଅଞ୍ଚଳକୁ ଆସି ବାଣିଜ୍ୟ ବ୍ୟବସାୟୀ ରେ ଲିପ୍ତ ଥିଲେ। ତେବେ ତାଙ୍କ ଲୋକ ସଂପର୍କ ଉତ୍ତମ ରହିଥିଲା ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି )

Leave A Reply

Your email address will not be published.