ବିଦ୍ୟାଳୟ ପରିଚାଳନା ପରିଷଦର ଶୁନ୍ୟ ପଦବୀ ପୂରଣ।

0 201

ବୋଲଗଡ଼, ୦୯/୦୮(ପିପିଟି):ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦକୁମାର ସ୍ବାଇଁଙ୍କ ଆବାହକତ୍ୱ ଏବଂ ବିନୋଦିନୀ ଦତ୍ତଙ୍କ ପୌରୋହିତ୍ୟରେ ଶିକ୍ଷକ ବିଭୂପ୍ରସାଦମହାପାତ୍ରଙ୍କ ତତ୍ତ୍ଵବଧାନରେ ଶୁକ୍ରବାର ଦିନ ଅପରାହ୍ନରେ ଛାତ୍ର ଛାତ୍ରୀଙ୍କ ପିତାମାତା ଏବଂ ଶିକ୍ଷୟିତ୍ରୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସମ୍ମିଳନୀକୁ ପର୍ଯ୍ୟବେକ୍ଷକ ରୂପେ ପ୍ରାକ୍ତନ ବୋଲଗଡ଼ ସହଗୋଷ୍ଠୀ ଶିକ୍ଷାଧିକାରୀ ତଥା ମଣ୍ଡଳ ସଂଯୋଜକ ପଦ୍ମ ଚରଣ ବେହେରା ଏବଂ ସମ୍ପୃକ୍ତ ସାଧନ କେନ୍ଦ୍ର ସଂଯୋଜକ ବିଶ୍ୱରଞ୍ଜନ ସେଠୀ ନିମନ୍ତ୍ରିତ ହୋଇଥିଲେ ।

ପରିଚାଳନା ପରିଷଦରେ ଖାଲି ପଡ଼ିଥିବା ସାଧାରଣ ବର୍ଗର ପୁରୁଷ ସଭ୍ୟ ରୂପେ ସନ୍ତୋଷ କୁମାର ଦାଶ ଓ ବିପିନ ବିହାରୀ ସେନାପତିଙ୍କୁ, ସାଧାରଣ ବର୍ଗର ମହିଳା ସଦସ୍ୟା ରୂପେ ଜୟନ୍ତୀ ସାହୁଙ୍କୁ ଏବଂ ତଫସିଲଭୁକ୍ତ ଜାତି ମହିଳା ସଭ୍ୟା ଭାବେ ମୀରା ସେଠୀଙ୍କୁ ଚୟନ ପଦ୍ଧତିରେ ନିଆଗଲା ।ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସ୍ମିତାସିନ୍ଧୁ ମହାପାତ୍ର,ସ୍ଵର୍ଣଲତା ପ୍ରଧାନ,ନମିତା ସାହୁ ପର୍ଯ୍ୟବେକ୍ଷକ ଓ ପିତାମାତାଙ୍କ କପାଳରେ ଚନ୍ଦନ ଲେପନ କରିଥିବା ବେଳେ ଶିକ୍ଷକ ଦୀପ୍ତି ରଞ୍ଜନ ଦାସ,ବିଶ୍ୱଜିତ ସରୋଜ କୁମାର ପରିଚାଳନା ପରିଷଦର ସଭ୍ୟସଭ୍ୟା ଏବଂ ଶିକ୍ଷକ ବିଚିତ୍ର କୁମାର ଘଡ଼େଇ ଅଂଶୁମାନ ଧଳ ଓ ସୌଦାମିନୀ ସୁବୁଦ୍ଧି ଅନ୍ୟ ସମସ୍ତ ପିତାମାତାଙ୍କୁ ସ୍ୱାଗତ କରିଥିଲେ । ପର୍ଯ୍ୟବେକ୍ଷକ
ଶ୍ରୀ ବେହେରା ଏବଂ ଶ୍ରୀ ସେଠୀ ପରିଚାଳନା ପରିଷଦର ସଭ୍ୟସଭ୍ୟାଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ବିଶଦ ଭାବରେ
ଅବଗତ କରିଥିଲେ ।ସଭାନେତ୍ରୀ ଶ୍ରୀମତୀ ଦତ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ପ୍ରଗତି ନିମିତ୍ତ ସାହାଯ୍ୟ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ।ଶିକ୍ଷୟିତ୍ରୀ ଶ୍ରୋତାଲିନି ସାହୁ ଓ ସୌଦାମିନି ପରିଡ଼ାଙ୍କ ସମେତ ଶିବ ପ୍ରଧାନ, ସ୍ନେହଲତା ପାଇକରାୟ ଓ ସମ୍ବିତ କେଦାର କର ସହଯୋଗ କରିଥିଲେ।
ପରିଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.