ପ୍ରାଥମିକ ବିଦ୍ୟାର୍ଥୀଙ୍କ ପାଇଁ ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 399

ବୋଲଗଡ଼,୨୦/୦୭(ପିପିଟି): ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇଙ୍କ ପତ୍ରାଙ୍କ ୨୩୯୭ ମୁତାବକ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ନିର୍ଦ୍ଦେଶରେ ଶନିବାର ଦିନ ପ୍ରାଥମିକ ବିଭାଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗପ ଶୁଣିବ ଓ କହିବ ପରି ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଗଳ୍ପ କହିବା ନିମିତ୍ତ ଜୟନ୍ତୀ ସାହୁ ଓ ଲକ୍ଷ୍ମୀପ୍ରିୟା ମହାରଣା ନାମକ ଦୁଇ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା ।
ଶିକ୍ଷକ ବିଚିତ୍ର କୁମାର ଘଡ଼େଇ ଓ ବିଭୁପ୍ରସାଦ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଏବଂ ଉପକନିଷ୍ଠ ବିଭାଗରେ ଶିକ୍ଷୟିତ୍ରୀ ସ୍ମିତାସିନ୍ଧୁ ମହାପାତ୍ର ଓ ସୌଦାମିନୀ ପରିଡ଼ାଙ୍କ ତତ୍ତ୍ୱାବଧାନରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଉକ୍ତ କାର୍ଯ୍ୟକ୍ରମ ଅତିଥି ଶ୍ରୀମତୀ ସାହୁ ଓ ମହାରଣାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଗଳ୍ପ ଶ୍ରବଣ ପରେ ଉଭୟ ବିଭାଗରେ ଗଳ୍ପ କଥନ ଉପରେ ପ୍ରତିଯୋଗିତା ହୋଇଥିଲା ।
ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପ୍ରଧାନ, ନମିତା ସାହୁ ଓ ଅଂଶୁମାନ ଧଳ ବିଚାରକ ରୂପେ କୃତୀ ପ୍ରତିଯୋଗୀ ଚୟନ କରିଥିଲେ ।
ଉପକନିଷ୍ଠ ବିଭାଗରେ ଓମ ସାଇ ସେନାପତି,ଜାଗୃତିପ୍ରଭା ସାହୁ ଏବଂ ସୌମ୍ୟ ରଞ୍ଜନ ଖମାରୀ ଓ କନିଷ୍ଠ ବିଭାଗରେ ମଧୁସ୍ମିତା ପ୍ରିୟଦର୍ଶିନୀ,ଶୁଭଙ୍କର ପୃଷ୍ଟି ଏବଂ ନୃସିଂହ ଝପଟ ସିଂହ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରି ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ନେହଲତା ପାଇକରାୟ ଓ ସମ୍ବିତ କେଦାର କର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.