ସୁବର୍ଣ୍ଣପୁର ,୨୭/୦୬(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି lବୈଠକରେ ନବନିର୍ବାଚିତ ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏବଂ ବ୍ଳକର ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀ ଜଗଦଲା ବ୍ଳକର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା ସାରିବା ପରେ ଜଟେସିହା, ବାଗବର ଓ ହିଲୁଙ୍ଗ୍ ପଞ୍ଚାୟତର ଜାରି ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମଧ୍ୟ ସୀମକ୍ଷା କରିଥିଲ। ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ। ଏହା ସହିତ ବିକାଶମୂଳକ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ସହିତ ଏଥିରେ ଯେଉଁ ବିଭାଗର ଅଧିକାରୀ ଅବହେଳା ପ୍ରଦର୍ଶନ କରିବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।ସମୀକ୍ଷା ବୈଠକରେ ତହସିଲଦାର ପୁନମ୍ ମହାପାତ୍ର, ବିଡ଼ିଓ ପ୍ରୀୟଦର୍ଶିନୀ ମିର୍ଦ୍ଧା, ଏବିଡିଓ ପୁରୁଷୋତ୍ତମ ଧରୁଆ, ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ପାଲୋ, ଜିଲ୍ଲା ବିଜେପି ସଙ୍ଗଠନ ମହାମନ୍ତ୍ରୀ ବେଣୁଧର ଦାସ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ, ଜିଲ୍ଲା ବିଜେପି ଉପସଭାନେତୀ ନଳିନୀ ପଣ୍ଡା, ସୁମନ୍ତ ଜଗଦଲା ପ୍ରମୁଖ ଯୋଗ ଦେଇଥିଲେ।ବୈଠକ ପୂର୍ବରୁ ବିଧାୟକ ଶ୍ରୀ ଜଗଦଲାଙ୍କୁ ବିଭିନ୍ନ ବିଭାଗର ମୁଖ୍ୟମାନେ ଫୁଲତୋଡା ଓ ଉପଢ଼ୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରଥମେ ବିଧାୟକଙ୍କୁ ସ୍ବାଗତ କରିଥିଲେ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ