ନବ ନିର୍ବାଚିତ ବିଧାୟକ ରଘୁନାଥ ଜଗଦଲା ଙ୍କ ପାତାଳି ଶ୍ରୀକ୍ଷେତ୍ର ପରିଦର୍ଶନ।

0 117

ସୁବର୍ଣ୍ଣପୁର ,୧୮/୦୬(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପାତାଳି ଶ୍ରୀ କ୍ଷେତ୍ର କୋଟସମଲାଇ ରେ ନବ ନିର୍ବାଚିତ ବିଧାୟକ ରଘୁନାଥ ଜଗଦଲା ପରିଦର୍ଶନ କରିଥିଲେ । ପ୍ରଥମେ ବିଧାୟକ ଶ୍ରୀ ଜଗଦଲା ତାଙ୍କ ଦଳୀୟ କର୍ମୀ ଙ୍କ ସହ ଆସି ହନୁମାନ ଛକଠାରେ ତାଙ୍କୁ ସର୍ମଦ୍ଧନା ସ୍ଵାଗତ କରାଯାଇଥିଲା l ତା ପରେ ଗାଁ ପରିକ୍ରମା କରି ଜଗନ୍ନାଥ ମନ୍ଦିର, ମାହେଶ୍ୱରୀ ମନ୍ଦିର, ରଘୁନାଥ ମନ୍ଦିର ଆର୍ଶିବାଦ ନେଇ ଗାଁ ରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ।ତା ପରେ ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ ରେ ଗଲା ବେଳେ ତାଙ୍କୁ ସର୍ମଦ୍ଧନା କରାଯାଇଥିଲା ଓ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆର୍ଶିବାଦ ନେଇଥିଲେ।ତା ପରେ ଗାଁ ଲୋକଙ୍କ ସହ ଆଲୋଚନ କରିବା ସହ ଚଳିତ ବର୍ଷ ରଥଯାତ୍ରା କିଭଳି ଭାବରେ ଶାନ୍ତିଶୃଙ୍ଖଳା ସହ ଭଲଭାବରେ ହେବ ସେ ଉପରେ ବିଧାୟକ ଶ୍ରୀ ଜଗଦଲା ଆଲୋଚନା କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବରେ ବିଧାୟକ ରଘୁନାଥ ଜଗଦଲା ଓ ସମ୍ମାନିତ ଅତିଥି ଭାବରେ ବୀରମହାରାଜପୁର ପୂର୍ବତନ ଅଧ୍ୟକ୍ଷ ବିବେକାନନ୍ଦ ପ୍ରଧାନ, ଉଲୁଣ୍ଡା ବ୍ଳକ ପୂର୍ବତନ ଅଧ୍ୟକ୍ଷ ରାଧାକାନ୍ତ ମହାକୁର ଙ୍କ ସହ ମେଟାକାନୀ ମଣ୍ଡଳ ସଭାପତି ଆଦିତ୍ୟ ପୁରୋହିତ,ବିଜେପି ନେତା ବଳରାମ ସୁନା ଆଦି ଅନେକ ଦଳୀୟ କର୍ମୀ ଯୋଗ ଦେଇଥିଲେ।ତା ପରେ ଶେଷରେ ବୈଦ୍ଧିକ ମଣ୍ଡପ ରେ ଏକ ସଭା କରି ଲୋକଙ୍କୁ ଧନ୍ୟବାଦ ଦେବା ସହ ଅଞ୍ଚଳର ବିକାଶ, ଗାଁ ପଞ୍ଚାୟତ ର ବିକାଶ, ପାତାଳୀ ଶ୍ରୀକ୍ଷେତ୍ର ର ବିକାଶ ଦିଗରେ କାର୍ଯ୍ୟ କରିବି ବୋଲି କହିଥିଲେ। ଶ୍ରୀ ଜଗଦଲା ସବୁବେଳେ ଗରିବ ଲୋକଙ୍କ ସାଥିରେ ଥାଇ ତାଙ୍କର ସମସ୍ତ କାର୍ଯ୍ୟ ଠିକ୍ ଭାବରେ କରିବି ବୋଲି ଜନସାଧାରଣ ଙ୍କୁ କହିଥିଲେ।ତାପରେ ବ୍ଳକ ଆଦି ବିଭିନ୍ନ ଅଫିସ ତଥା ଠିକା କାର୍ଯ୍ୟ ରେ ଦୁର୍ନୀତି, ଭ୍ରଷ୍ଟାଚାର ଆଦି ସବୁ ନିପାତ କରିବି ବୋଲି ପ୍ରତିଶୃତି ଦେଇଥିଲେ।ଏ ନେଇ ସମସ୍ତ ଲୋକ ସମାନ ଅଧିକାରୀ ସହିତ ସମସ୍ତ ସୁବିଧା ସୁଯୋଗ ପାଇପାରିବେ ବୋଲି ବିଧାୟକ ରଘୁନାଥ ଜଗଦଲା କହିଥିଲେ।ଏହି ଅବସରରେ ହଜାର ହଜାର ଜନସାଧାରଣ ଉପସ୍ଥିତ ଥିଲେ ଶେଷରେ ଏକଲବ୍ୟ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.