ଆଗକୁ ରଥଯାତ୍ରା : ଶୋଚନୀୟ ହୋଇପଡିଛି ଗୁଣ୍ଡିଚା ମନ୍ଦିର ଓ ବଡ଼ଦାଣ୍ଡ ର ଅବସ୍ଥା।

0 83

ସୁବର୍ଣ୍ଣପୁର ,୧୮/୦୬(ପିପିଟି):ଆସନ୍ତା ମାସରେ ଆସୁଛି ପ୍ରସିଦ୍ଧ ରଥଯାତ୍ରା। ଏଥି ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ ମଧ୍ୟ ସରିଲାଣି l ହେଲେ ମହାପ୍ରଭୁ ଙ୍କ ମାଉସୀ ମନ୍ଦିର ଅବସ୍ଥା ଠିକ୍ ନ ଥିବା ବେଳେ ବଡ଼ଦାଣ୍ଡ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି। ପଶ୍ଚିମ ଓଡିଶାର ସବୁଠୁ ସୁଉଚ୍ଚ ଥିବା ଏହି ପ୍ରାଚୀନ ଗୁଣ୍ଡିଚା ମନ୍ଦିର ରେ ପିପଲ ଗଛ ଗୁଡିକ ବଡ ବଡ ହୋଇ ଚେର ମାନ ମନ୍ଦିର କାନ୍ଥ କୁ ପ୍ରବେଶ କରିବା ସହ କାନ୍ଥ ମାନଙ୍କୁ ଫଟେଇ ବସିଲାଣି। ଆଗକୁ ବର୍ଷା ହେଲେ ପାଣି ଗଳିବା ଥୟ ଏନେଇ ମନ୍ଦିର ର ସ୍ଥାୟୀତ୍ବ ପ୍ରତି ପ୍ରଶ୍ନ ଉଠେଇଲେଣି ବୁଦ୍ଧିଜୀବି। ଅନ୍ୟ ପକ୍ଷରେ ଯାହା ଜଣାପଡ଼ିଛି ମନ୍ଦିର ପାଇଁ ୫ ଲକ୍ଷ୍ ଟଙ୍କା ଅନୁଦାନ ଥାଇ ମଧ୍ୟ ରକ୍ଷଣା ବେକ୍ଷଣ କାମ ହେଉନି l ପ୍ରଶାସନ ସ୍ଥାଣୁ ପାଲଟି ଯାଇଛି ବୋଲି ଆଲୋଚନା ହେଉଛି l ସେପଟେ ବଡଦାଣ୍ଡ ମଧ୍ଯ ଖାଲ ଖମା ରେ ଭର୍ତ୍ତି। ମହାପ୍ରଭୁ ଙ୍କ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ନେଇ ସନ୍ଦେହ ସୃଷ୍ଟି କରିଛି। ଯଦି ବି ପହଞ୍ଚିବ ରଥ ଅଖ ବାରମ୍ଵାର ଭାଙ୍ଗିବା ନେଇ ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି। ବଡ଼ଦାଣ୍ଡ ର ଗଙ୍ଗାଧର ମେହେର ଛକ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଦୀର୍ଘ ୧୪ ବର୍ଷ ହେଲା ଏଥି ପାଇଁ ଟଙ୍କା ଟିଏ ମଧ୍ୟ ଖର୍ଚ୍ଚ ହୋଇନାହିଁ। ଏଥି ପାଇଁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଶାସନ ଠିକ୍ ରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜନସାଧାରଣ ଦାବୀ କରିଛନ୍ତି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.