ଯୁବନେତା ମାନସ ରଞ୍ଜନ କରଙ୍କୁ “ଯୁବ ସୌରଭ” ସମ୍ମାନ ପ୍ରଦାନ ।

0 91

ଯାଜପୁର,୧୮/୦୬(ପିପିଟି) : ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ବ୍ଲକ ଅନ୍ତର୍ଗତ କଦମ ପାଳ ପଞ୍ଚାୟତ ଅନ୍ତର୍ଗତ କଦମ ପାଳ ଗ୍ରାମ କେଲୁଅ ନଦୀ ଶଯ୍ୟା ସନିକଟ ଗୁରୁ ଚରଣ ସ୍ମାରକୀ ଓ କବିକଳ୍ପ ଚନ୍ଦନ ପ୍ରଧାନ ସ୍ମାରକୀ ଉପଲକ୍ଷେ ରାଇଜିଙ୍ଗ ଷ୍ଟାର ଯୁବକ ସଂଘ ପକ୍ଷରୁ ଆୟୋଜିତ ୧୩ତମ ରଜ ମହୋତ୍ସବରେ ଆୟୋଜିତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ନବ ନିର୍ବାଚିତ ସାଂସଦ ଡ଼କ୍ତର ରବି ନାରାୟଣ ବେହେରା ଓ ସମ୍ମାନୀତ ଅଥିତି ସମ୍ବାଦ ର ଜିଲ୍ଲା ମୁଖ୍ୟ ସାମ୍ବାଦିକ ସଂଗ୍ରାମ ସିଂ ଏବଂ ଅନ୍ୟତମ ଅଥିତି ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ମାନସ ରଞ୍ଜନ କର ଏହି କାର୍ଯ୍ୟକ୍ରମକୁ ପୌରହିତ କରିଥିଲେ ବିଶିଷ୍ଟ ଲେଖକ, ସ୍ଵନାମଧନ୍ୟ କବି ତଥା ସମାଜସେବୀ ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ଧଳ ଏବଂ ଏହି କାର୍ଯ୍ୟକ୍ରମ ରେ ଅଥିତି ଭାବେ ଯୋଗଦେଇ ମଧ୍ୟ ଅନୁଷ୍ଠାନ ତରଫରୁ ଆମ ଅଞ୍ଚଳର ସୁଖ ଦୁଃଖର ସାଥି ତଥା ସମାଜସେବୀ ଯୁବନେତା ମାନସ ରଞ୍ଜନ କରଙ୍କୁ “ଯୁବ ସୌରଭ” ସମ୍ମାନ ରେ ସମ୍ମାନୀତ କରିଥିଲେ ମୁଖ୍ୟ ଅତିଥି ଓ ଅନ୍ୟ ଅଥିତି ମାନେ ଏବଂ ଏହି ରାଜା ମହୋତ୍ସବ ରେ ବିଭିନ୍ନ ପ୍ରକାର ଦୋଳି ଯାହା ଆଜିର ଦିନ ରେ ଲୁପ୍ତ ହେବାକୁ ଯାଉଛି ତାହା ଦେଖିବାକୁ ମିଳିଥିଲା ଏବଂ ରଜ ପାନ ପସରା ଓ ରଜ ସଜବାଜ ଓ ପିଲାମାନଙ୍କ ମଧ୍ୟରେ ଗୀତ ଏବଂ ନାଚ ପ୍ରତିଯୋଗିତା ଓ ବିଶେଷ ଭାବେ ମହିଳା କବାଡି ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା ଓ ବିଜୟୀ ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।

(ରିପୋର୍ଟ- ଅକ୍ଷୟ ରାଉତ।)

Leave A Reply

Your email address will not be published.