ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଚିତ୍ରକୋଣ୍ଡାରେ ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ।

0 40

ମାଲକାନଗିରି ,୧୩/୦୬(ପିପିଟି) :ଜିଲ୍ଲା ଆଇନିସେବା ପ୍ରାଧିକରଣ ଆନୁକୂଲ୍ୟରେ ଚିତ୍ରକୋଣ୍ଡାର ଦୁଇଟି ସ୍ଥାନରେ ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯକ୍ରମରେ ଆଇନ ସେବା ପ୍ରାଧିକରଣ ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ବିଚାରପତି ରାକେଶ କୁମାର ମୁଦୁଲି , ପ୍ରାଧିକରଣର ମୁଖ୍ୟ ଆଇନ ସେବା ପ୍ରତିରକ୍ଷା ଓକିଲ ଆଶୋକ କୁମାର ପଟ୍ଟନାୟକ, ଉପ ମୁଖ୍ୟ ଆଇନ ସେବା ପ୍ରତିରକ୍ଷା ଓକିଲ ରାଜେଶ ପଟ୍ଟନାୟକ, ବ୍ଲକ କଲ୍ୟାଣ ଅଧିକାରୀ, ସିଡ଼ିପିଓ ଚିତ୍ରକୋଣ୍ଡା, ଚିତ୍ରକୋଣ୍ଡା ଅଞ୍ଚଳର ସମସ୍ତ ପଞ୍ଚାୟତ ଅଧିକାରୀ , ଶତାଧିକ ଅଙ୍ଗନୱାଡ଼ି କର୍ମୀ ଓ ଅନ୍ୟାନ୍ୟ ସାମାଜିକ କର୍ମୀ ଯୋଗ ଦେଇଥିଲେ। ସେହିପରି ଉକ୍ତ ଅଞ୍ଚଳର ଅସହାୟ ଶିଶୁଙ୍କୁ ନେଇ ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଆଇନି ଉପରେ ଅନ୍ୟ ଏକ ସଚେତନତା କାର୍ଯ୍ୟକ୍ରମରେ ଏହିପରି ଦୁଇଟି ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଚାରପତି ମୁଦୁଲି ଶିଶୁମାନଙ୍କ ଅଧିକାର, ଶିଶୁ ଶ୍ରମିକ ନିରୋଧ ଆଇନ ଓ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ଆଇନଜୀବୀ ଅଶୋକ ପଟ୍ଟନାୟକ କିଶୋର ନ୍ୟାୟ ଆଇନ, ପୋକ୍ସୋ ଆଇନ, ବାଲ୍ୟ ବିବାହ ଆଇନ ବିଷୟରେ ବୁଝାଇ ଥିଲେ । ଚିତ୍ରକୋଣ୍ଡାର ବିଭିନ୍ନ ଶିଶୁ ଏଇଠି ତାଙ୍କ ବାଲ୍ୟ ଜୀବନ ବିତାଇ ପାଠ ପଢି ଉଚ୍ଚ ନ୍ୟାୟାଳୟର ବିଚାରପତି, ଆଇପିଏସ୍ ଭଳି ପଦ ଅଳଙ୍କୃତ କରିବା ସହ ଦେଶ ବିଦେଶରେ ଯେଭଳି ନାଁ କରିଛନ୍ତି ,ସେଭଳି ହେବାକୁ ଉପସ୍ଥିତ ଶିଶୁ ମାନଙ୍କୁ ବୁଝାଇଥିଲେ। ଆଇନଜୀବୀ ରାଜେଶ ପଟ୍ଟନାୟକ ବିଭିନ୍ନ ଆଇନ ଓ ସରକାରଙ୍କ ବ୍ୟବସ୍ଥା ବିଷୟରେ କହିଥିଲେ। ସିଡିପିଓ ଉକ୍ତ ସଚେତନତା ସଂପର୍କରେ ସେମାନଙ୍କ ଅଞ୍ଚଳରେ ଏହାର କାର୍ଯ୍ୟ କରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶେଷରେ ବ୍ଲକ କଲ୍ୟାଣ ଅଧିକାରୀ ଓ ଶିଶୁଗୃହର ପରିଚାଳକ ସଞ୍ଜୟ କୁମାର ତୁରୁକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାଧିକରଣ ସଚିବ ମୁଦୁଲିଙ୍କ ଗସ୍ତ ବେଳେ ବାଲିମେଳା ମାଲକାନଗିରି ରାସ୍ତାର ଏକ ସ୍ଥାନରେ ବ୍ରିଜ କାମରେ ନିୟୋଜିତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କ ଥଇଥାନ ସହ ଦୋଷୀଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବାଲିମେଳା ପୋଲିସର ଶିଶୁ ସୁରକ୍ଷା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.