ମାଲକାନଗିରି ସଦର ମହକୁମାରୁ ୬ ଜଣ ଶିଶୁ ଶ୍ରମିକ ଉଦ୍ଧାର

0 34

ମାଲକାନଗିରି ,୧୩/୦୬(ପିପିଟି) : ଆଜି ଜିଲ୍ଲା ପ୍ରଶାସନ ଦ୍ବାରା ମାଲକାନଗିରି ସଦର ମହକୁମାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢଉ କରାଯାଇ ୬ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ଶିଶୁ ଶ୍ରମିକମାନଙ୍କୁ ଗାଡିଧୁଆ ଓ ଗାଡି ଗ୍ୟାରେଜରେ କାର୍ଯ୍ୟ ରେ ନିୟୋଜନ କରାଯାଇଥିଲା। ସେମାନଙ୍କୁ ଏହି ସବୁ ସ୍ଥାନରୁ ଉଦ୍ଧାର କରାଯାଇଥିଲା। ଉକ୍ତ ଶିଶୁ ଶ୍ରମିକମାନେ ଦୀର୍ଘ ଦିନ ହେଲା
ଏହି ସବୁ ବ୍ୟବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟ କରି ଆସୁଥିଲେ
ମଧ୍ଯ ଜିଲ୍ଲା ପ୍ରଶାସନର ନାକ ତଳେ କାର୍ଯ୍ୟ ଚାଲିଥିଲେ ସୁଦ୍ଧା ଅଣ ଦେଖା କରା ଯାଇଥିଲା । ଯଦି ଶିଶୁ ଶ୍ରମିକମାନେ ଜିଲ୍ଲା
ସଦର ମହକୁମାରେ ଦୀର୍ଘ ଦିନ କାର୍ଯ୍ୟ କରି ଆସୁଛନ୍ତି, ତେବେ
ଜିଲ୍ଲାର ଅନ୍ୟାନ୍ୟ ବ୍ଲକରେ ଥିବା ବ୍ୟବସାୟୀକ ପ୍ରତିଷ୍ଠାନ ତଥା ହୋଟେଲଗୁଡିକରେ ବହୁ ଶିଶୁ ଓ କିଶୋର/କିଶୋରୀ ଶ୍ରମିକ ମାନେ ମଧ୍ୟ ନିୟୋଜିତ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ କେବେ ଥଇଥାନ କରାଯିବ ବୋଲି ସାଧାରଣ ରେ
ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।
ସେହିପରି ଶିଶୁ ଓ କିଶୋର ଶ୍ରମିକ ନିୟୋଜିତ ହୋଇନଥିବା ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କୁ ଶ୍ରମ ବିଭାଗ ପକ୍ଷରୁ ଗୋଲାପ ଫୁଲ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଚଢଉରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରସନ୍ନ ପାଣିଗ୍ରାହୀ, ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଓ ତନ୍ମୟ ମଣ୍ଡଳ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ଚାଇଲ୍ଡ ଲାଇନ, ପରିବର୍ତ୍ତନ ଏନଜିଓ ଓ ପୋଲିସ କର୍ମଚାରୀ ସାମିଲ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.