କାଳବୈଶାଖୀରେ ନବନିର୍ମିତ ବିମାନବନ୍ଦର ପାଚେରୀ ଭୁଶୁଡ଼ିଲା ,ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ।

0 194

ମାଲକାନଗିରି,୦୮/୦୬(ପିପିଟି):ମାଲକାନଗିରି ସଦର ମହକୁମା ନିକଟସ୍ଥ ନବ ନିର୍ମିତ ବିମାନବନ୍ଦରର ପାଚେରୀ କାଲିର ବର୍ଷା ଯୋଗୁଁ ଭୁଶୁଡି଼ ପଡ଼ିଛି। ଯାହା କି ଏହା ଦ୍ବିତୀୟ ଥର ଘଟଣା। ଗତକାଲି ସନ୍ଧ୍ୟାରେ ଅଚାନକ କାଳବୈଶାଖୀ ଯୋଗୁଁ ବର୍ଷା ସହିତ ପବନ ପ୍ରବାହିତ ହୋଇଥିଲା । ନିମ୍ନମାନର କାର୍ଯ୍ୟ ଯୋଗୁଁ ମାଲକାନଗିରି ବିମାନବନ୍ଦରର ପାଚେରୀ ଦୁଇଟି ସ୍ଥାନରେ ଭୁଶୁଡି ପଡ଼ିଛି। ବିମାନ ବନ୍ଦରର ପୂର୍ବ ଭାଗରେ ପ୍ରାୟ ୪୦ ମିଟରରୁ ଉର୍ଦ୍ଧ୍ବ କାନ୍ଥ ଭୁଶୁଡ଼ି ପଡ଼ିଥିବା ବେଳେ ସମାନ ଭାବରେ ପଶ୍ଚିମ ଭାଗରେ ମଧ୍ୟ ପାଖାପାଖି ୪୦ ମିଟର କାନ୍ଥ ଭୁଶୁଡି ଯାଇଛି। ତେବେ ନିର୍ବାଚନ ର କିଛି ଦିନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏହି ବିମାନ ବନ୍ଦର କୁ ଉଦ୍ଘାଟନ କରି ବେଶ୍ ପ୍ରଶଂସା ସାଉଁଟି ଥିଲେ । ମାଲକାନଗିରି ଜିଲ୍ଲାର ଲୋକେ ଏହି ବନ୍ଦରୁ ଭୁବନେଶ୍ଵରକୁ ସ୍ବଳ୍ପ ସମୟ ମଧ୍ୟରେ ଯିବାର ସ୍ବପ୍ନ ଦେଖିଥିଲେ। ମାତ୍ର ଅଦ୍ୟାବଧି ବିମାନ ଚଳାଚଳ ହେବାର ସମ୍ଭାବନା ନଥିଲା ବେଳେ ନିର୍ବାଚନ ମଧ୍ୟ ସରି ଯାଇଛି। ମାଲକାନଗିରି ବାସୀ ବିଜେଡିକୁ ଭୋଟ ନ ଦେଇ କଂଗ୍ରେସ ଓ ବିଜେପି କୁ ଭୋଟ ନଳଦେଇଥିଲେ । ଓଡ଼ିଶା ରୁ ବିଜେଡି ସରକାରର ଶୋଚନୀୟ ପରାସ୍ତ ଘଟିଛି। ଏଣେ ବିମାନ ବନ୍ଦର ନିମ୍ନମାନର କା ଯୋଗୁଁ ଦୁଇଥର ପାଚେରୀ ଭୁଶୁଡି ଯାଇଛି। ପ୍ରଥମ ଥର ସାମାନ୍ୟ ବର୍ଷା ପବନରେ କାନ୍ଥ ଭୁଶୁଡ଼ି ୨ ଜଣ ଶ୍ରମିକ ମୃତ୍ୟ ବ୍ରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ଆହାତ ହୋଇ ଥିଲେ । ସେହି ଘଟଣାରେ ମାଲକାନଗିରି ପୂର୍ତ୍ତ ବିଭାଗର କୈାଣସି ଯନ୍ତ୍ରୀ ନିଳମ୍ବିତ ହୋଇ ନଥିଲେ। ମୋଟା ଅଙ୍କର ଲାଞ୍ଚ କାରବାର ହୋଇ ଦୁର୍ନୀତି କୁ ଘଣ୍ଟ ଯୋଡ଼ାଯାଇଥିବା ବେଳେ ବିରୋଧୀ ଦଳମାନେ ମଧ୍ୟ ଚୁପ୍ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ସେହି ସମୟରେ ପୂର୍ବତନ ସାଂସଦ ଯନ୍ତ୍ରୀମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣ ମାଧ୍ୟମର ପ୍ରକାଶ କରିଥିଲେ। ମାତ୍ର ସବୁ ବଡ ବଡ କଥା ଫସର ଫାଟିଯାଏ ଥିଲା ।
ବର୍ତ୍ତମାନ ଏହି ନବନିର୍ମିତ ବନ୍ଦରଟି ୨୩୩ ଏକର ଜମିରେ ୭୦ କୋଟି ଅର୍ଥ ବିନିମୟରେ ନିର୍ମାଣ କରାଯାଇଥିଲା ବେଳେ ଏହାକୁ ଟିଟିସିପିଏଲ ତଥା ତାରା ତାରିଣୀ କନସଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ ନାମକ କମ୍ପାନୀ ଦ୍ଵାରା ନିର୍ମାଣ କାର୍ଯ୍ୟ କରାଯାଇଛି। ଏହି କାର୍ଯ୍ଯ ବଡଧରଣର ଦୁର୍ନୀତି ଯୋଗୁଁ ପୁନଶ୍ଚ କାନ୍ଥ ଭୁଶୁଡ଼ି ପଡ଼ଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଆରମ୍ଭରୁ ନିମ୍ନ ମାନର ହୋଇ ଆସୁଅଛି। ତେବେ ଏଥିରେ ସ୍ପଷ୍ଟ ହେଉଛି କେଉଁଠି ନାଁ କେଉଁଠି ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ‌ ମଧୁଚନ୍ଦ୍ରିକାରେ ବିମାନବନ୍ଦର କାର୍ଯ୍ୟ ସମ୍ପୁର୍ଣ୍ଣ ଭାବରେ ନିମ୍ନ ମାନର କରାଯାଉଛି। ଅନ୍ୟପଟେ ବିମାନବନ୍ଦର ର କାନ୍ଥ ଭୁଶୁଡି ନିକଟସ୍ଥ ଚାଷୀଙ୍କ ଜମି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ତେବେ ଏହାକୁ ତଦନ୍ତ କରାଯାଇ ମାଲକାନଗିରି ପୂର୍ତ୍ତ ବିଭାଗର ଯନ୍ତ୍ରୀମାନଙ୍କ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହୋଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.