ବିଜେଡ଼ିର ବିଜୟରେ ଲାଗିଲା ବ୍ରେକ; ବିକ୍ରମ କୁ ହରାଇ ବିଜେପିର ପ୍ରଦ୍ୟୁମ୍ନ ବିଜୟୀ ।

0 309

ଭଞ୍ଜନଗର, ୦୪/୦୬(ପିପିଟି) : ସାଧାରଣ ନିର୍ବାଚନ ୨୦୨୪ର ଫଳାଫଳ ପ୍ରକାଶ ପାଇଛି।ବିଜେଡ଼ିର ଗଡ଼ ଥିବା ଗଞ୍ଜାମ ଜିଲ୍ଲା ଆଜି ଶୋଚନୀୟ ପରାଜୟ ବରଣ କରିଛି।ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୧୨୩ନଂ ଭଞ୍ଜନଗର,୧୨୮ନଂ ଆସ୍କା ଓ ୧୨୯ନଂ ସୋରଡ଼ା ବିଧାନସଭାରେ ମଧ୍ୟ ବିଜେଡ଼ିକୁ ପରାସ୍ତ କରି ବିଜେପି ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି।ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ସପ୍ତମ ଥର ପାଇଁ ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୧୯ରାଉଣ୍ଡରେ ମୋଟ ୬୬,୯୫୪ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ପ୍ରଦ୍ୟୁମ୍ନ କୁମାର ନାୟକ ମୋଟ ୮୩,୦୮୧ଭୋଟ ପାଇଛନ୍ତି।୧୬,୧୨୭ଖଣ୍ଡ ଅଧିକ ଭୋଟ ପାଇ ବିଜେପିର ପ୍ରଦ୍ୟୁମ୍ନ କୁମାର ନାୟକ ବିଜୟୀ ହୋଇଛନ୍ତି।ତୃତୀୟ ସ୍ଥାନରେ କଂଗ୍ରେସ ଦଳର ପ୍ରଶାନ୍ତ କୁମାର ବିଷୋୟୀ ୫,୦୫୪ ଭୋଟ ପାଇଥିବା ବେଳେ ନୋଟାରେ ୧୯୨୦ ଭୋଟ ପଡ଼ିଥିଲା।ଯାହା ଫଳରେ ସପ୍ତମ ଥର ପାଇଁ ବିଜେଡ଼ିର ବିଜୟରେ ବ୍ରେକ ଲାଗିଛି।ଏହି ବିଜୟ ଉତ୍ସବ ପାଳନ କରିବା ପାଇଁ ବିଜେପି କର୍ମୀମାନେ ପ୍ରବଳ ବର୍ଷା ରେ ମଧ୍ୟ ନିଜ ପ୍ରିୟ ନେତାଙ୍କୁ ଭେଟି ପୁଷ୍ପମାଲ୍ୟ ଦେଇ ବିଜୟଉତ୍ସଵ ପାଳନ କରିଛନ୍ତି।

( ରିପୋର୍ଟ-ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.