ମାଲକାନଗିରି,୦୨/୦୬(ପିପିଟି) : କାଲିମେଳା ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅମ୍ଲାନ କୁମାର ଭୋଇ ଗତ କାଲି ରାତି ଠାରୁ ନିଖୋଜ ହୋଇଥିବା ଥାନା ରେ ଅଭିଯୋଗ ହୋଇଛି। ନିଜ କ୍ୱାଟର ରେ ନିଖୋଜ ଡ଼କ୍ଟର ଙ୍କ ସହିତ ଆଉ ଦୁଇ ଜଣ ଡ଼କ୍ଟର ଜିଜ୍ଞାଂଶୁ ରାଉତ ରାୟ ଓ ଡ଼କ୍ଟର ରାକେଶ କୁମାର ସାହୁ ରହୁଥିଲେ। ତେବେ ନିଖୋଜ ଡ଼କ୍ଟର ଅମ୍ଳାନ କୁମାର ଭୋଇଙ୍କ ମୋବଇଲ ଫୋନ ଓ ତାଙ୍କ ମୋଟର ସାଇକେଲ ଘର ସମ୍ମୁଖରେ ରହିଛି। ଘଟଣାସ୍ଥଳ ରେ ଏଡିପିଓ ସଚିନ କୁମାର ପଟେଲ ତଦନ୍ତ କରୁଛିନ୍ତି। ସାଥିରେ ଥିବା ପଡୋଶୀ ରୁମର ଡାକ୍ତର କହିଲେ ଯେ ନିଖୋଜ ଡାକ୍ତରଙ୍କ ରୁମରେ ଚାରିଟି ଦାବିରେ ଲେଖାହୋଇ ଥିବା ଧଳା କାଗଜର ପୋଷ୍ଟର ଲାଗିଛି ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ଉକ୍ତ ପୋଷ୍ଟରେ ଆଦିବାସୀ ଶୋଷଣ ବନ୍ଦ, ପୁରୁଣା ଷ୍ଟାଫ ବଦଳି, ସିଷ୍ଟମ ପରିବର୍ତ୍ତନ ସହିତ ମେଡିକାଲରେ ଟଙ୍କା ଲୁଟୁ ଥିବା ବିଷୟରେ ଉଲ୍ଲେଖ କରିଛନ୍ତି।କାଲିମେଳାରେ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ମାଓବାଦୀ ଗତକାଲି ବିଳମ୍ଭିତ ରାତିରେ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଅପହୃତ ଡାକ୍ତରଙ୍କ ନାଁ ଅମ୍ଲାନ କୁମାର ଭୋଇ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ମାଓବାଦୀମାନେ ସରକାରୀ କ୍ଵାର୍ଟର୍ସରେ ସିପିଆଇ ମାଓବାଦୀ ବୋଲି ଲେଖାଥିବା ଏକ ଚିଠି ଛାଡ଼ି ଯାଇଥିବାର ସୂଚନା ମିଳିଛି ସରକାରୀ କ୍ଵାଟର ଭିତରେ ଡାକ୍ତରଙ୍କ ମୋବଇଲ ଓ ଘର ବାହାରେ ବାଇକ ରହିଥିବାର ଦେଖିବାକୁ ମିଳିଛି।
ସୂଚନା ଅନୂଆସାରେ ଶୁକ୍ରବାର ଦିନ ଜଣେ ମହିଳାଙ୍କ ଶବ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତରଙ୍କ ସହ କିଛି ଲୋକଙ୍କ ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଙ୍କୁ ଅପହରଣ କରାଯାଇଥିବାର ଅନୁମାନ କରାଯାଉଛି। ଅନ୍ୟପଟେ ଏସଡିପିଓ ସଚିନ ପଟେଲ ଏବଂ ଅତିରିକ୍ତ ଏସପି ତପନ ନାରାୟଣ ରଥ ମେଡିକାଲକୁ ଆସି ତନାଘନା ଆରମ୍ଭ କରିବା ସହିତ ଚିଠି ଜବତ କରିଛନ୍ତି। ଡାକ୍ତରଙ୍କୁ ମାଓବାଦୀ ନା କେହି ଦୁର୍ବୃତ୍ତ ଅପହରଣ କରିଛନ୍ତି ସେ ବିଷୟରେ ସଠିକ ସୂଚନା ମିଳିପାରିନାହିଁ । ଏହି ଅପହରଣ ଘଟଣା ଯୋଗୁଁ ଡାକ୍ତରଙ୍କ ମହଲରେ ଆତଙ୍କ ଖେଳିଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)