କୋଶଳ ଆବାସିକ ବିଦ୍ୟାଳୟ ପକ୍ଷରୁ ପଥଚାରୀ ଙ୍କୁ ଦହି ପଣା ବଣ୍ଟନ।

0 86

ସୁବର୍ଣ୍ଣପୁର ,୦୭/୦୬(ପିପିଟି) : କୋଶଳ ଆବାସିକ ବିଦ୍ୟାଳୟ ସୋନପୁର ପକ୍ଷରୁ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖ ସାପ୍ତାହିକ ବଜାର ରୋଡ ରେ ଦହି ସର୍ବତ ବଣ୍ଟନ କରଯାଇଥିଲା l ଏଥିରେ ଅତିଥି ଭାବେ ସୋନପୁର ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସ୍କୁଲ ଉପଦେଷ୍ଟା ଅଭିମନ୍ୟୁ କୁଶଳ, ସଭାପତି ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇ ଏହି ଶିବିର କୁ ଉଦ୍ଘାଟନ କରିଥିଲେ ଏବଂ ଲୋକ ଙ୍କୁ ଦହି ପଣା ବଣ୍ଟନ କରିଥିଲେ l ବିଦ୍ୟାଳୟ ର ଉପଦେଷ୍ଟା ପିତାମ୍ବର ମହାପାତ୍ର, ମନୋରଞ୍ଜନ ତ୍ରିପାଠୀ, ପ୍ରଫୁଲ୍ଲ ନାଏକ, ପ୍ରଧାନ ଆଚାର୍ଯ୍ୟ ପରମା ନାଏକ, ଓ ସମସ୍ତ ଗୁରୁଜୀ ଗୁରୁମା ଓ ଶିଶୁ ଭାଇ ଭଉଣୀ ମାନେ ସହଯୋଗ କରିଥିଲେ l ପ୍ରକାଶ ଥାଉ କି ଯେ କୋଶଳ ହାଇସ୍କୁଲ ପକ୍ଷରୁ ଦୀର୍ଘ ଦୁଇ ତିନି ବର୍ଷ ପୂର୍ବରୁ ପ୍ରଚଣ୍ଡ ଗ୍ରୀଷ୍ମ କାଳରେ ପ୍ରତ୍ୟେକ ସାପ୍ତାହିକ ମଙ୍ଗଳବାର ବଜାର ଦିନ ସ୍କୁଲ ସଭlପତି ଶ୍ରୀ ମଲ୍ଲିକ ଓ ସ୍କୁଲ ଅଧ୍ୟକ୍ଷ ସଞ୍ଜୟ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ଏହି ମହତସେବା କାର୍ଯ୍ୟ ପ୍ରଦାନ୍ କରାଯାଉଛି l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.