ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର ।

0 292

ମାଲକାନଗିରି ,୦୩/୦୫(ପିପିଟି) :ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଓ ବିଧାୟକ ପ୍ରାର୍ଥି ମାନସ ମାଡକାମୀଙ୍କ ଆଜି ମାରାଥନ ପ୍ରଚାର ହୋଇଛି।
ମାଲକାନଗିରି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ପଦ୍ମଗିରି ଗ୍ରାମରେ ପ୍ରଥମେ ଏକ ବିଜେଡ଼ିର ଅସ୍ଥାୟୀ ବିଜେଡି କାର୍ଯ୍ୟାଳୟ ର ଶୁଭାରମ୍ଭ କରି ପଞ୍ଚାୟତର ସମସ୍ତ ଗ୍ରାମବାସୀଙ୍କୁ ନେଇ ବୁଥ୍ ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଯୋଗଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ଦେବା ସହ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିକାଶର ଚିହ୍ନ “ଶଙ୍ଖ” ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି । ତେବେ ଏହି ଅବସରରେ ମାଲକାନଗିରି ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ବିଜେଡ଼ି ସଭାପତି ମାନସ ମାଡକାମିଙ୍କ ସହ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡିଆମି,ପଦ୍ମଗିରି ଜୋନ୍ ସଂଯୋଜକ ସୁରେନ୍ଦ୍ରନାଥ ରଥ,ଜ଼ିଲ୍ଲା ପରିଷଦ ସଭ୍ୟା କୁନି ଭୂମିଆ ,ଜ଼ିଲ୍ଲା ଓକିଲ ସଂଘ ସଭାପତି ପ୍ରୀତପାଲ୍ ସିଂ, ପଦ୍ମଗିରି ସରପଞ୍ଚ ସୁନାଧର ମାଡକାମି,ସମିତି ସଭ୍ୟ ନରସିଂ ମାଢ଼ି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ନାୟକ, ପୂର୍ବତନ ସରପଞ୍ଚ ସମାରୀ ମାଡକାମି, ହିମାଂଶୁ ସାମଲ, ମୋହନ ଛତ୍ରୀ ,ଉମା ଶଙ୍କର ସାହୁ , ରାଜ୍ୟ ଛାତ୍ର ସମ୍ପାଦକ ସୁମିତି ପୂଜାରୀ ପ୍ରମୁଖଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ । ସେଠାକାର ନିର୍ବାଚନୀ ସଭା ଶେଷ ହେବା ପରେ ଉଡୁପା ଗ୍ରାମ ପଞ୍ଚାୟତ ର ଉଡୁପା ଗ୍ରାମ ଏବଂ ତଙ୍ଗପାଲ୍ ଠାରେ , ଝରାପାଲି ଗ୍ରାମ ପଞ୍ଚାୟତର କିଛି ଗ୍ରାମରେ ତାପରେ ପେଡ଼ାକୋଣ୍ଡା ଗ୍ରାମ ପଞ୍ଚାୟତ ର ପେଡ଼ାକୋଣ୍ଡା ଗ୍ରାମରେ ଗୋଟାଏ ଗୋଟାଏ ନିର୍ବାଚନୀ ସଭା କରି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏବଂ ବିଧାୟକ ପ୍ରାର୍ଥୀ ମାନସ ମାଡକାମି ଉଭୟେ ମିଶି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆମ ଅଞ୍ଚଳ ପାଇଁ କୋଉ ଭଳି ବିକାଶ କାର୍ଯ୍ୟ ହେଇଛି ସେହି ବିଷୟରେ ଲୋକମାନଙ୍କୁ ବୁଝାଇବା ସହ ଡବଲ ଶଙ୍ଖରେ ଭୋଟ ଦେଇ ସାଂସଦ ଏବଂ ବିଧାୟକଙ୍କୁ ଜୟଯୁକ୍ତ କରାଇବାକୁ ଦୁହେଁ ନିବେଦନ କରିଥିଲେ । ଏହି ନିର୍ବାଚନୀ ସଭା ରେ ପ୍ରତି ପଞ୍ଚାୟତର ସରପଞ୍ଚ , ସେମିତି ସଭ୍ୟ ୱାର୍ଡ ମେମ୍ବର ମାନଙ୍କ ସମେତ ପ୍ରତି ଅଞ୍ଚଳର ଜନ ସାଧାରଣ ତଥା ଭୋଟର ମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.