ସୋନପୁର ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ ପାର୍ଥି ପ୍ରିୟବ୍ରତ ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ପଦ୍ମନାଭ ଙ୍କ ନାମାଙ୍କନ ଦାଖଲ ।

0 99

ସୁବର୍ଣ୍ଣପୁର ,୦୨/୦୫(ପିପିଟି) : ଆଜି ଇଷ୍ଟଦେବୀ ମାଁ ସୁରେଶ୍ଵରୀ ଙ୍କ ମନ୍ଦିର ଠାରେ ପୂଜାର୍ଚ୍ଚନା ସାରି ଏକ ବିରାଟ ଶୋଭାଯାତ୍ରାରେ ସୋନପୁର ସହର ପରିକ୍ରମା କରି କଂଗ୍ରେସ ଦଳର ବିଧାନସଭା ପ୍ରାର୍ଥୀ ପ୍ରିୟବ୍ରତ ସାହୁ ସ୍ଥାନୀୟ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଫିସର ଙ୍କ ଠାରେ ନିଜର ପ୍ରାର୍ଥୀ ପତ୍ର ଦାଖଲ୍ କରିଛନ୍ତି। ତାଙ୍କ ସହ ଜିଲ୍ଲା କଂଗ୍ରେସ କମିଟିର ବିଭିନ୍ନ କର୍ମକର୍ତ୍ତା, ପ୍ରାକ୍ତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୌରୀଶ୍ୟାମ ପଣ୍ଡା, ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ସୁଧିର ପଣ୍ଡା, ନରଦେବ ଭୋଇ, ଶେଷଦେବ ମେହେର, ନିମାଇଁ ପାଣିଗ୍ରାହୀ , ରାଜେନ୍ଦ୍ର ମେହେର, ତରଣି ବାରିକ ପ୍ରମୁଖଙ୍କ ସହ ଜିଲ୍ଲା କଂଗ୍ରେସ ର ବିଭିନ୍ନ ଛାମୁଆଁ ସଂଗଠନ ର କର୍ମକର୍ତ୍ତା ଏହି ବିଶାଳ ରାଲିରେ ଯୋଗଦେଇ ଥିଲେ। ପ୍ରିୟବ୍ରତ ଜଣେ ନବାଗତ ପ୍ରାର୍ଥୀ ହେଲେହେଁ ଜଣେ ଟାଣୁଆ ଯୁବ ସଂଗଠକ ଭାବରେ ଆଗରୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିବା ଯୋଗୁଁ ଓ ସେ ଜିଲ୍ଲା ଓବିସି ସଂଗଠନ ର କାର୍ଯ୍ୟକାରୀ ସଭାପତି ଥିବା ଯୋଗୁଁ ତାଙ୍କୁ ଦଳମତ ନିର୍ବିଶେଷରେ ବହୁ ଯୁବକ ତାଙ୍କର ଏହି ଶୋଭାଯାତ୍ରାରେ ସ୍ଵତଃ ସାମିଲ ହୋଇଥିବା ଦେଖାଯାଇଥିଲା। ତାଙ୍କୁ ସମସ୍ତ ଜନସାଧାରଣଙ୍କ ଆଶିର୍ବାଦ ଥିବା ଯୋଗୁଁ ଓ ଜିଲ୍ଲା କଂଗ୍ରେସ ର ସମସ୍ତ ଅଭିଜ୍ଞ ନେତୃମଣ୍ଡଳୀ ଙ୍କ ସହଯୋଗ କୁ ପାଥେୟ କରି ସେ ଚଳିତ ନିର୍ବାଚନ ରେ ରେକର୍ଡ ସଂଖ୍ୟକ ଭୋଟ ପାଇ ସେ ନିଶ୍ଚିତ ବିଜୟୀ ହେବେ ବୋଲି ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ସେହିଭଳି ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ଆଜି ବିରାଟ ଶୋଭାଯାତ୍ରା ସହିତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ବାବା ଚମ୍ପେଶ୍ୱର ମହାଦେବ ମନ୍ଦିର ରେ ପୂଜାର୍ଚନା ପରେ ବସଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସହର ପରିକ୍ରମା କରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ l ଏହି ବିରାଟ ଶୋଭାଯାତ୍ରାରେ ହଜାର ହଜାର ବିଜେଡି କର୍ମୀଙ୍କ ସମେତ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝାସକେତନ ବଘାର, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷ୍ୟା ଶାନ୍ତିଲତା ମିଶ୍ର, ଯୁବ ସମାଜସେବୀ କୃତିବାସ ମିଶ୍ର,କିଶୋର ହୋତା, ରଂଜିତ କୁମାର ରଥ ଙ୍କ ସମେତ ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ସାମିଲ ଥିଲେ ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.