ହଳ ବଳଦ ଗାଡି ରେ ଆସି ଅଭିନବ ଢ଼ଙ୍ଗରେ ନିଜର ପ୍ରାର୍ଥୀପତ୍ର ଦାଖଲ କଲେ ସ୍ଵାଧୀନ ପ୍ରାର୍ଥିନୀ ସୋନାଲି ବିଶି ।

0 189

ସୁବର୍ଣ୍ଣପୁର ,୦୨/୦୫(ପିପିଟି): ଆଜି ସ୍ଥାନୀୟ ରୋୟାଲ ପଡିଆ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ ଙ୍କ ଠାରେ ସୋନପୁର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନବନିର୍ମାଣ କୃଷକ ସଂଗଠନ ସମର୍ଥିତ ସ୍ଵାଧୀନ ପ୍ରାର୍ଥିନୀ ସୋନାଲି ବିଶି। ତାଙ୍କର ଏହି ଶୋଭାଯାତ୍ରାରେ ସ୍ଵତଃ ଚାଷୀ ପ୍ରତିନିଧି ମାନେ ବଳଦ ଗାଡ଼ିରେ ଆସି ଏଥିରେ ସାମିଲ ଥିବା ଦେଖାଯାଇଥିଲା । ସୋନାଲି ତାଙ୍କର ନିର୍ବାଚନ ପ୍ରଚାର କେବେ ନିଜେ ଟ୍ରାକ୍ଟର ଚଳାଇ ଟ୍ରାକ୍ଟର ରାଲି କରିଥିବାବେଳେ କେବେ ଘରକୁ ଘର ବୁଲି ପ୍ରତ୍ୟହ ଭୋଟ ଭିକ୍ଷା ସହ ନିର୍ବାଚନୀ ଖର୍ଚ୍ଚ ପାଇଁ ଚାଉଳ ଓ କିଛି ଅର୍ଥ ଭିକ୍ଷା ମଧ୍ୟ କରୁଛନ୍ତି । ସୋନପୁର ରେ ଦୀର୍ଘ ୨୪ ବର୍ଷ ପରେ ବିଜେଡି ପ୍ରାର୍ଥୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କ ଵିରୁଦ୍ଧ ରେ ପ୍ରଥମ ଥର ଜଣେ ଉଚ୍ଚ ଶିକ୍ଷିତା ମହିଳା ପ୍ରାର୍ଥୀ ସ୍ଵର ଉତ୍ତୋଳନ କରିବା, ଚାଷୀ ଙ୍କ ସମସ୍ୟା ପ୍ରସଙ୍ଗ ଓ ଉପସ୍ଥିତି କୁ ଜାହିର କରିବା ନେଇ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନ ରେ ଓହ୍ଲାଇବା ବିଷୟ ଜିଲ୍ଲା ବାସୀ ଙ୍କ ହୃଦ୍ କମ୍ପନ ସୃଷ୍ଟି କରିଛି, ଲୋକ ଙ୍କ ଉତ୍କଣ୍ଠା ବଢ଼ିଛି, ଓ ଏହା ସାରା ରାଜ୍ୟ ରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ଶଗଡ ଗାଡି ହଳ ବଳଦ ଗାଡି ରେ ପାରମ୍ପରିକ ଢୋଲ ବାଦ୍ୟ ଓ ଚାଷୀ ସମର୍ଥକ ଙ୍କ ସହିତ ଏକ ନିରାଡ଼ମ୍ବର ଓ ପ୍ରଦୂଷଣ ମୁକ୍ତ ଶୋଭାଯାତ୍ରା ରେ ଆସି ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସୋନାଲି । ସହର ବାସୀ ଙ୍କୁ ହାତ ଯୋଡି ହସି ହସି ସମ୍ମାନ ଓ ନମ୍ରତା ର ସହିତ ଭୋଟ ଭିକ୍ଷା କରିଛନ୍ତି ଏବଂ ନାରୀ ଶକ୍ତି ପାଇଁ ଜିଲ୍ଲା ପାଇଁ ଏକ ଉଦାହରଣ ପାଲଟିଛନ୍ତି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.