ମାଲକାନଗିରି ବିଜେପିର ସାମ୍ବାଦିଳ ସମ୍ମିଳନୀ ।

0 244

ମାଲକାନାଗିରି ,୨୭/୦୪(ପିପିଟି) :ମାଲକାନଗିରି ବିଜେପିର ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନରେ ଯୋଗ ଦେଇ ପୂର୍ବତନ ସାଂସଦ ବଳଭଦ୍ର ମାଝୀ କହିଲେ ଯେ,୨୫ ବର୍ଷ ଶାସନ କାଳରେ ବିଜେଡି ସରକାର ଲୋକଙ୍କୁ କେବଳ ପ୍ରତିଶ୍ରୃତି ଦେଇ ପୂରଣ କରିବାରେ ବିଫଳ ହୋଇଛି । ଜଳସେଚନ ପ୍ରକଳ୍ପ , ପ୍ରତ୍ୟେକ ବ୍ଲକରେ ଶୀତଳଭଣ୍ଡାର ଏଭଳି ବହୁ ଯୋଜନା ପ୍ରତିଶ୍ରୁତି ରେ ହିଁ ରହିଛି । କାଳିଆ ଯୋଜନା ସହ କୃଷକଙ୍କ ଆୟ ସର୍ବଭାରତୀୟ ସ୍ତରରେ ସର୍ବନିମ୍ନ ହୋଇଯାଇଥିବା କହିଛନ୍ତି ନବରଙ୍ଗପୁର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ। ରାଜ୍ୟରେ ଲିଙ୍ଗଗତ ସମସ୍ୟା, ମହିଳାଙ୍କ ସହ ନିର୍ଯ୍ୟାତନା , ଶିଶୁଙ୍କ ସୁରକ୍ଷାରେ ବିଫଳ ହେବା ସହ ନିଯୁକ୍ତି ଅଭାବରୁ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ଶ୍ରୀମାଝି ଅଭିଯୋଗ କରିଛନ୍ତି ।ଓଡ଼ିଶାରେ ବିଦ୍ୟୁତ ୟୁନିଟ ପିଛା ଖାଉଟିଙ୍କୁ ୩ ଟଙ୍କା ୫୩ ପଇସା ଦେବାକୁ ପଡ଼ୁଥିବା ବେଳେ ତାମିଲନାଡ଼ୁ ରାଜ୍ୟକୁ ୟୁନିଟ ପିଛା ତା ଠାରୁ ବହୁତ୍ କମ ହାରରେ ଦିଆଯାଉଛି । ଏହା କେଉଁ ପ୍ରକାରର ନ୍ୟାୟ ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବତନ ୫ଟି ସଚିବ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ଠାରୁ ସମସ୍ୟା ଶୁଣି ଦରଖାସ୍ତ ଗ୍ରହଣ କରୁଛନ୍ତି, ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛି । ଏହାକୁ ନେଇ ଆମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେବୁ ବୋଲି ସେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି । ବିଗତ ୧୦ ବର୍ଷରେ କେନ୍ଦ୍ରୀୟ ଯୋଜନା ଦ୍ବାରା ମାଲକାନାଗିରି ଜିଲ୍ଲାରେ ୨୫୦୦ କିଲୋମିଟର ରାସ୍ତା ନିର୍ମାଣ ହୋଇଥିବା ବେଳେ ଜିଲ୍ଲା ସଦର ମହକୁମାରେ ୭ ମହଲା ବିଶିଷ୍ଟ ଚିକିତ୍ସାଳୟ, ସ୍ୱାଭିମାନ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଆର.ଆଇ.ଡି.ଏଫ ଅନୁଦାନରେ ଗୁରୁପ୍ରିୟା ପୋଲ ନିର୍ମାଣ ହୋଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ଆବାସ ଯୋଜନା ଫଳକ ଲଗାଇ ବାହସ୍ପଟ ମାରୁଛନ୍ତି ଏହି ବିଜେଡ଼ି ସରକାର । ତେଣୁ ରାଜ୍ୟ ସରକାରଙ୍କ ଯୋଜନା କିଛି ନାହିଁ । ଏଣୁ ବିଜେଡି ସରକାରଙ୍କ ବିରୋଧରେ ଆମେ ୬୦ ପୃଷ୍ଟା ବିଶିଷ୍ଟ ଚାର୍ଜସିଟ୍ ଆଣିଛୁ ଏବଂ ଏହି ଚାର୍ଜସିଟ ନେଇ ଜିଲ୍ଳାର ପ୍ରତି ଗ୍ରାମ ତଥା ଘରେ ଘରେ ପହଞ୍ଚି ଲୋକଙ୍କୁ ବୁଝାଇବୁ ଏବଂ ବିଜେଡ଼ି ସରକାରଙ୍କ ମୁଖା ଖୋଲିଦେବୁ । ଯାହା ୨୫ ବର୍ଷରେ ସେମାନେ କିଛି କାମ କରିନାହାନ୍ତି । ଆମେ ୫ ବର୍ଷରେ ସବୁ କାମ କରି କି ଦେଖେଇବୁ ବୋଲି ନବରଙ୍ଗପୁର ବିଜେପି ସାଂସଦ ପ୍ରାର୍ଥି ଶ୍ରୀ ମାଝି ପ୍ରକାଶ କରିଛନ୍ତି । ଆଜିର ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି , ଚିତ୍ରକୋଣ୍ଡା ବିଜେପି ବିଧାୟକ ପ୍ରାର୍ଥି ଡମ୍ବରୁ ଶିଶା ଓ ପୂର୍ବତନ ଜିଲ୍ଲା ସଭାପତି ଅଶୋକ ପରିଡାଙ୍କ ସମେତ ଜିଲ୍ଲାର ବିଜେପି କର୍ମୀମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.