ସୁବର୍ଣ୍ଣପୁରରେ ଅମିତ ଶାହ ଙ୍କ ବିଜୟ ସଂକଳ୍ପ ସମାବେଶ ।

0 381

ସୁବର୍ଣ୍ଣପୁର ,୨୫/୦୪(ପିପିଟି) : ଓଡିଶାର ବୀର ମାଟି ସୁବର୍ଣ୍ଣପୁର ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୪ ଲୋକ ସଭା ଓ ବିଧାନ ସଭା ର ନିର୍ବାଚନ ପ୍ରଚାର ର ଶୁଭାରମ୍ଭ କରିଛନ୍ତି l ସୋନପୁର ର ରାମେଶ୍ବର ଷ୍ଟାଡିୟମ୍‌ରେ ଆୟୋଜିତ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଯିଏ ମା ମାଟି ଓଡ଼ିଆ ର ଭାଷା ସଂସ୍କୃତି କୁ ବୁଝି ପାରେନି ସେ ସରକାର କେବେ ବି ଓଡ଼ିଶା ର ବିକାଶ କରି ପାରିବନି ବୋଲି ଏଥର ଲୋକେ ନବିନ ସରକାର କୁ ଗାଦି ଚ୍ୟୁତ କରିବା କୁ ମନସ୍ଥ କରିଛନ୍ତି ବୋଲି ମତ ରଖିଥିଲେ l କ୍ଷେତ କୁ ପାଣି ନାହିଁ, ମେଡ଼ିକାଲ ରେ ଡାକ୍ତର ନାହିଁ, ଯୁବକ ଙ୍କୁ ଚାକିରି ନାହିଁ, ଲୋକ ଙ୍କୁ ସୁରକ୍ଷା ନାହିଁ ତ କଣ କରିଛି ଏ ସରକାର ବୋଲି ଧିକ୍କାର କରିଥିଲେ l ସେ କହିଛନ୍ତିଯେ, ନବୀନ ସରକାରଙ୍କ ୨୪ ବର୍ଷ ଶାସନକାଳରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି । ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି । ତେଣୁ ଓଡ଼ିଶାକୁ ଏବେ ବିକାଶ, ସମୃଦ୍ଧଶାଳୀ କରିବାର ସମୟ ଆସିଛି । ସମୟ ଆସିଛି ଦେଶ ଓ ଦୁନିଆଁ ର ଶିଳ୍ପ କୁ ଜଳ ସେଚନ କୁ ଓଡ଼ିଶାରେ ପହଞ୍ଚାଇବା ବୋଲି ଶପଥ କରିବାକୁ କହିଥିଲେ l ଏଵଂ ଡବଲ ଇଞ୍ଜିନ ସରକାର ଆସିଲେ ଏ ଅଞ୍ଚଳ ରେ ଟେକ୍ସଟାଇଲ, ଏଗ୍ରୋ ବେସ୍ ଇଣ୍ଡଷ୍ଟ୍ରି ଘୋଷୋଣା ସହ ମୁଖ୍ୟ ମନ୍ତ୍ରୀ ଙ୍କ ହିଞ୍ଜିଳି ଓ କଣ୍ଟାବାଞ୍ଜି ନିର୍ବାଚନ ଅଞ୍ଚଳ ରୁ ପ୍ରଥମେ ଦାଦନ ରୋକିବା ବୋଲି ଦୃଢ଼ ପ୍ରତିଶୁତି ଦେଇଥିଲେ l କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ସଙ୍ଗୀତା ସିଂଦେଓ, କେଭି ସିଂହ ଦେଓ, ଜୟ ନାରାୟଣ ମିଶ୍ର, ପ୍ରଭାସ ସିଂହ, ପ୍ରଦୀପ ପୁରୋହିତ, କହ୍ନେଇ ଚରଣ ଡ଼lଙ୍ଗ, ଡି ମୂରଲୀ କ୍ରିଷ୍ଣା, ପ୍ରମୋଦ ମହାପାତ୍ର, ରଘୁନାଥ ଜଗଦଳା ପ୍ରମୁଖଙ୍କ ସମେତ ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର, ସୁବର୍ଣ୍ଣପୁର ଜିଲ୍ଲା ର ବିଜେପି ର ଷ୍ଟାର୍ ପ୍ରଚାରକ ମାନେ ମଞ୍ଚlଷିନ ଥିଲେ l ପ୍ରଚଣ୍ଡ ଖରା ଗରମ ସତ୍ତ୍ୱେ ସଭାରେ ୪୦ ହଜାର ରୁ ଉର୍ଦ୍ଧ୍ବ ଜନତା ଯୋଗ ଦେଇଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.