ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀ ଜୟନ୍ତୀ ପାଳିତ ।

0 250

ମାଲକାନଗିରି ,୨୧/୦୪(ପିପିଟି) : ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସଭାପତି ରବୀନ୍ଦ୍ର ମହାରଣା ଓ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ମନରୋଞ୍ଜନ ଦାସ ଡଃ ସଦାଶିବ ତ୍ରିପାଠୀଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ ସଦାଶିବ ତ୍ରିପାଠୀ ଜଣେ କର୍ମବୀର ଥିଲେ ଓ ନିଜର କର୍ମ ବଳରେ ଅତି ସାଧାରଣ ଜୀବନରୁ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ଏକାଧାରରେ ସେ ଜଣେ ସମାଜ ସଂସ୍କାରକ, ଗାନ୍ଧିବାଦୀ, ସ୍ଵାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ ଓ ସରଳ ଅମାୟିକ ପ୍ରଶାସକ ଥିଲେ। ସେ ଓଡିଶା ଭୂସଂସ୍କାର ଆଇନ ପ୍ରଣୟନ ସହ ଶିକ୍ଷାର ବିକାଶରେ ସାମିଲ ହୋଇଥିଲେ। ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇ ଅବିଭକ୍ତ କୋରାପୁଟ ଅଞ୍ଚଳକୁ ଗୌରବାନ୍ଵିତ କରିଥିଲେ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ଅନ୍ୟ ଅତିଥି ମାନେ ମଧ୍ୟ ଡ଼ଃ ସଦାଶିବ ତ୍ରିପାଠୀଙ୍କ ସ୍ମୃତିଚାରଣ କରି ତାଙ୍କ ଜୀବନୀ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ରବୀନ୍ଦ୍ର ମହାରଣା ଏହି କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ କର୍ମଚାରୀ ହରେକୃଷ୍ଣ କିର୍ତ୍ତନିଆ, ରଞ୍ଜନ ମହାନ୍ତିଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.