ବିଜେଡି ଛାଡିଲେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ।

0 276

ସୁବର୍ଣ୍ଣପୁର ,୦୭/୦୪(ପିପିଟି) : ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ହଟଚମଟ ସେତିକି ଦେଖିବାକୁ ମିଳୁଥିବାବେଳେ ନେତାଙ୍କ ଦଳ ଡିଆଁ ତଥା ଇସ୍ତଫା ପ୍ରକ୍ରିୟା ବି ପ୍ରବଳ ମାତ୍ରାରେ ଜାରି ରହିଛି । ସେହିଭଳି ଟିକେଟ ବଣ୍ଟନ କୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜେଡିରେ ପୁଣି ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ବିଜେଡିକୁ ପୁଣି ଲାଗିଛି ଆଉ ଏକ ଝଟ୍‌କା । ଦଳ ଛାଡ଼ିଛନ୍ତି ଏକାଧିକ ନେତା ଓ କର୍ମୀ। ଆଜି ବିଜେଡି ଛାଡ଼ିଛନ୍ତି ବୀରମହାରାଜପୁର ର ଯୁବ ନେତା ତଥା ବ୍ଲକ ଉପାଧ୍ୟାକ୍ଷ ନାରାୟଣ ଲୁହା ଓ ତାଙ୍କ ସମର୍ଥକ ।ତାଙ୍କ ପତ୍ନୀ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହାଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଏବଂ ବିଜେଡି କର୍ମକର୍ତ୍ତା ବିଜେଡିରୁ ସାମୁହିକ ଇସ୍ତଫା ଦେଇଛନ୍ତି l ନିଜର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି। ବିଜେଡିରୁ ଇସ୍ତଫା ପରେ ନାରାୟଣ ଲୁହା ଓ ତାଙ୍କ ସମର୍ଥକଙ୍କ ଆଗାମୀ ରଣନୀତି କଣ ହେବ ତାହା ଜଣାପଡ଼ି ନାହିଁ l ତେବେ ସେମାନେ କେଉଁ ଦଳରେ ଯୋଗଦେବେ ନା ନିରବ ରହିବେ ସେନେଇ ମୁହଁ ଖୋଲି ନଥିବାବିବେଳେ ସମୟ ଥାଉଁଥାଉଁ ବିବାଦ ସମାଧାନ ନହେଲେ ପଦ୍ମନାଭ ବେହେରାଙ୍କ ଅଡୁଆ ଜଟିଳ ହୋଇପାରେ ବୋଲି ମତପ୍ରକାଶ ପାଉଛି।ନାରାୟଣ ଲୁହା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ୍ ଆଶାୟୀ ଥିଲେ। ତେବେ ବିଜେଡି ପୁଣି ଥରେ ଏଠାରୁ ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର ବିଧାୟକ ପଦ୍ମନାଭ ବେହେରାଙ୍କୁ ପ୍ରାର୍ଥୀ କଲା ପରେ ଅସନ୍ତୋଷ ଦେଖାଦେଇଛି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.