ଚାଲାଣ ଗୁଡା ଗ୍ରାମରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ।

0 361

ମାଲକାନଗିରି,୨୫/୦୩(ପିପିଟି) : କଳିଯୁଗରେ ମାନବ ଜନ୍ମରୁ ମୁକ୍ତି ପାଇବା ପାଇଁ ହରିନାମ ମହାମନ୍ତ୍ର ଜପ କରିବା ଏକ ମାତ୍ର ପନ୍ଥା ବୋଲି ମହାମନୀଷିମାନେ କହି ଯାଇଛନ୍ତି । ଏଥି ପାଇଁ ପ୍ରତି ଗାଁ ଗଣ୍ଡା ରେ ହରି ନାମ ସଂକୀର୍ତ୍ତନ ହୋଇଥାଏ l ଏହାକୁ ଭିତ୍ତି କରି ମାଲକାନଗିରି ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ଠାରେ ପବିତ୍ର ଦୋଳ ପୂର୍ଣିମା ଉପଲକ୍ଷେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି l ଏହି ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଗ୍ରାମବାସିଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି l ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ପାଇଁ ପ୍ରଥମ ଦିନରେ ଗାଁର ମହିଳାମାନେ ନିକଟସ୍ଥ ତମସା ନଦୀକୁ ଯାଇ ପବିତ୍ର ଜଳ କରସକୁ ଆଣି ମଣ୍ଡପରେ ସ୍ଥାପନ କରିବା ପରେ ସୋମବାର ଦିନ ବିଭିନ୍ନ ନାମ ସଂକୀର୍ତ୍ତନ ଦଳପକ୍ଷରୁ ନାମ ସଂକୀର୍ତ୍ତନ କରାଯାଇଥିଲା l ଉକ୍ତ ଉତ୍ସବରେ ମାଲକାନଗିରି ଜିଲ୍ଲା ସମେତ ଛତିଶଗଡର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ଲୋକ ଯୋଗଦେଇଥିଲେ l ବିଭିନ୍ନ ଅଞ୍ଚଳରୁ ଆସିଥିବା ନାମ ସଂକୀର୍ତ୍ତନ ଦଳ ସେମାନଙ୍କ ନୃତ୍ୟ ଭଙ୍ଗିରେ ହରି ନାମ ସଂକୀର୍ତ୍ତନ ଦ୍ୱାରା ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମାନଙ୍କ ମନକୁ ମନ୍ତ୍ରମୁଗ୍ଧ କରିଥିଲେ l ଅଷ୍ଟପ୍ରହର ନାମ ସଂକୀର୍ତ୍ତନରେ ଗ୍ରାମର ଭଗବାନ ସାହୁ, ଶ୍ରୀନିବାସ ଜେନା, ପ୍ରମୋଦ ପଣ୍ଡା,ଇନ୍ଦ୍ର କୁମାର ପଣ୍ଡା, ପ୍ରଫୁଲ କୁମାର ପଣ୍ଡା ରବୀନ୍ଦ୍ର କୁମାର ଜେନା, ଜୟସେନ ପାଳ, ଅଭିମନ୍ୟୁ ମହାନ୍ତି, ବଳରାମ ମହାନ୍ତି, ରାମଚନ୍ଦ୍ର ଧାରୁଆ,ଚିତ୍ରସେନ ପାଳ, ପଦିଆ କବାସୀ, ଦେବେନ୍ଦ୍ର କୁମାର ପଣ୍ଡା, ଗଣେଶ ସାମଲ, ଧନୁ ଭୂୟାଁ, ପ୍ରଦୀପ ପଣ୍ଡା,କୃଷ୍ଣ ନାୟକ, ସରପଞ୍ଚ ଅରକ୍ଷିତ ନାୟକ ଅନେକ ଗ୍ରାମବାସୀ ସହଯୋଗ କରିଥିଲେ । ଏହା ସହ ଅଷ୍ଟପ୍ରହର ନାମ ସଂକୀର୍ତ୍ତନରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ରାଜନେତା, ସମାଜସେବୀ ସହ ହଜାର ହଜାର ଲୋକ ଅନ୍ନ ପ୍ରସାଦ ସେବନ କରିଥିଲେ l

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.