ଦୁଇଦିନ ଲଗାଣ ବର୍ଷାରେ ମୁଗଚାଷ କ୍ଷତିଗ୍ରସ୍ତ।

0 294

ବେଲଗୁଣ୍ଠା ,୨୧/୦୩(ପିପିଟି):ସାଧାରଣତ ଧାନ ଚାଷ ଉପରେ ନିର୍ଭର କରୁଥିବା ବେଲଗୁଣ୍ଠା ଅଞ୍ଚଳର ଚାଷୀ ମାନଙ୍କୁ ପୁଣି ଲାଗିଛି ସକ୍ତଧକ୍କା , ଯାହା ଫଳରେ ଭାଙ୍ଗି ଯାଇଛି ଚାଷୀ ର ମେରୁଦଣ୍ଡ l ଚାଷ ଉପରେ ନିର୍ଭର କରୁଥିବା ଚାଷୀ ମାନେ ଧାନ ଚାଷରେ ବିଶେଷ ଲାଭ ନହେବା ଯୋଗୁଁ ମୁଗ କିମ୍ବା ବିରୀ ଭଳି ଡାଲି ଜାତୀୟ ଫସଲରେ ଯେଉଁ ଫସଲ ଆଶା କରିଥିଲେ ତାହା ଦୁଇଦିନ ବର୍ଷାରେ ମୁଗ ଫସଲ ନଷ୍ଟ ହୋଇଯାଇଥିବା ଜଣାପଡିଛି । କିନ୍ତୁ ବର୍ତ୍ତମାନର ପରିବର୍ତ୍ତିତ ପାଣିପାଗ ଧାନ ଚାଷକୁ କ୍ଷତି କରିବା ସହିତ ଯେଉଁ ଆଶା ଟିକକ ଥିଲା ଡାଲି ଜାତୀୟ ଫସଲରେ ସାମାନ୍ୟ ତମ ଲାଭ ପାଇ ବା ପରିବାରକୁ ଗୁଜୁରାଣ ମେଣ୍ଟାଇବା ପାଈଁ ତାହା ମଧ୍ୟ ଧୂଳିସାତ ହୋଇଛି ଓ ଚାଷୀ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ।ବର୍ତ୍ତମାନ ସ୍ଥିତିରେ ବେଲଗୁଣ୍ଠl ନିକଟସ୍ଥ ବିଭିନ୍ନ ଅଞ୍ଚଳରେ ଚାଷୀ ମୁଗ ଏବଂ ବିରି ପରିବର୍ତ୍ତିତ ପାଣିପାଗ ପାଇଁ ପଚି ଶଢ଼ୀ ଗଲାଣି ଫଳରେ ପାଇଁ ଡାଲି ଜାତୀୟ ଫସଲରେ କ୍ଷତି ସଂଭାବନା ତିଆରି ହୋଇଛି । ଆଉ ଯଦି ଏହା ହୁଏ ତାହାଲେ ଚାଷୀ କୁଳ ଏଥିରେ ବହୁମାତ୍ରାରେ ପ୍ରଭାବିତ ହେବେ । ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘର ପ୍ରବକ୍ତା ସ୍ଵସ୍ତିକ ସୁନ୍ଦର ଅତ୍ୟନ୍ତ କ୍ଷୋଭର ସହକାରେ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନ କୁ ଏହା ଉପରେ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି ଏବଂ ଯଥା ଶୀଘ୍ର ପଦେକ୍ଷପ ନେବାକୁ ଅଞ୍ଚଳର ଦାବୀ ଉଠିଛି ନହେଲେ ଆଗାମୀ ଦିନରେ ଚାଷୀ ମାନେ ନିଜ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ରାଜ୍ୟ ସଭାପତି ସଚିନ ମହାପାତ୍ର କହିଛନ୍ତି 

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.