ଜିଲ୍ଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କାର୍ଯ୍ଯାଳୟ ନିକଟରେ ପାଠାଗାର ଖୋଲିବା ଦାବି।

0 268

ମାଲକାନଗିରି,୧୮/୦୩(ପିପିଟି) :ଆଜି ମାଲକାନଗିରି ଉତ୍କଳ ସାହିତ୍ୟ ସଂସଦ ତରଫରୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କାର୍ଯ୍ୟାଳୟ ନିକଟରେ ଶାଖା ପାଠାଗାର ଖୋଲିବା ପାଇଁ ଦାବି କରାଯାଇଛି।
ପ୍ରାପ୍ତ ସୂଚନା ରୁ ଜଣାପଡିଛି ଯେ , ମାଲକାନଗିରି ଉପଖଣ୍ଡଟି ୧୯୯୨ ମସିହା ଅକ୍ଟୋବର ୨ ତାରିଖ ଦିନ ଜିଲ୍ଲା ଭାବେ ସ୍ଵୀକୃତି ପ୍ରାପ୍ତ କଲା । ସେହି ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଟି ଡିଏନକେରେ ଅବସ୍ଥାପିତ ଥିଲା। ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟଟି ମଧ୍ୟ ଡିଏନଏରେ ଥିଲା। ସେହି କାର୍ଯ୍ୟାଳୟରେ ପାଠାଗାରଟି ଖୋଲାଯାଇଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲା ପାଠାଗାରଟି ଡିଏନକେ ସ୍ଥିତ ସର୍କିଟ ହାଉସ୍ ର ଏକ କକ୍ଷରେ ଦୀର୍ଘ ଦିନ ହେଲା ଖୋଲା ଯାଇ ସର୍ବସାଧାରଣଙ୍କ ପଠନ ଶକାସେ ଦୈନିକ ଉନ୍ମୁକ୍ତ ରହି ଆସୁଥିଲା। ଏହି ସ୍ଥାନଟି ଜନଗହଳି ପୂର୍ଣ୍ଣ ହେତୁ ବହୁ ପାଠକ ଖବର କାଗଜ, ପତ୍ର ପତ୍ରିକା ଓ ବିଭିନ୍ନ ପୁସ୍ତକ ପଢ଼ିବା ର ସୁଯୋଗ ପାଉଥିଲେ।କିନ୍ତୁ ୧୫.୫.୨୦୨୧ ତାରିଖରେ ଅଚାନକ ଡିଏନକେ ରେ ଥିବା ଜିଲ୍ଲା ପାଠାଗାର ଟି ଜିଲ୍ଲା ସଂସ୍କୃତି ଭବନ ନିକଟକୁ ସ୍ଥାନାନ୍ତର
ହୋଇଯାଇଥିଲା। ତତ୍କାଳୀନ ଜିଲ୍ଲାପାଳ ୱାଇ . ବିଜୟ ଜିଲ୍ଲା ପାଠାଗାର ଟିକୁ ଉନ୍ମୋଚନ କରିଥିଲେ। ପୂର୍ବରୁ ଏହି ପ୍ରକୋଷ୍ଠ ଗୁଡ଼ିକରେ ଆଦର୍ଶ ଡିଗ୍ରୀ କଲେଜ୍ ଚାଲିଥିଲା।ଏହି କଲେଜଟି ଏମଭି -୩ ଗ୍ରାମକୁ ସ୍ଥାନାନ୍ତର ହେବା ପରେ ଉକ୍ତ ପ୍ରକୋଷ୍ଠ ଗୁଡ଼ିକ ଖାଲି ପଡିଥିଲା।ଏହି କୋଠାଟି ଖାଲି ପଡିବା ଜାଣି
ଡିଏନେକେ ଠାରେ ଥିବା ଜିଲ୍ଲା ପାଠାଗାରଟିକୁ ସେଠାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଉକ୍ତ ପାଠାଗାରଟି ସହର ଠାରୁ ପ୍ରାୟ ୩ କିମି ଦୂର ହେତୁ ବର୍ତ୍ତମାନ ସେଠାକୁ କୋୖଣସି ପାଠକ ଯାଉ ନଥିବା ଦୃଷ୍ଟି ଗୋଚର ହେଉଛି। ଦୁର୍ଭାଗ୍ୟର କଥା ଦୀର୍ଘ ୩ ବର୍ଷ ହେଲା ପାଠାଗାରଟି ପାଠକୀୟ ଆଦୃତି ଲାଭ କରି ପାରି ନାହିଁ। ପାଠାଗାରରେ ଥିବା ହଜାର ହଜାର ବହି
ଖତ ଖାଉଛି। ଏହା ଅଲୋଡା ହୋଇ ପଡ଼ିଛି।ଏହାର ଏକମାତ୍ର କାରଣ ଦୂରତ୍ବ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନ ନୁହେଁ । ମାଲକାନଗିରି ପୌରାଞ୍ଚଳରେ ଥିବା ପାଠକମାନଙ୍କ ସୁବିଧା ଦୃଷ୍ଟିରୁ ଡିଏନକେରେ ଥିବା ଜିଲ୍ଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କାର୍ଯ୍ୟାଳୟ ପରିସର ନିକଟରେ ଏକ ଶାଖା ପାଠାଗାରଟିଏ ବିକଳ୍ପ ଭାବେ ଖୋଲା ଗଲେ ସବୁ ବର୍ଗର ପାଠକମାନଙ୍କ ଆଶା ଆକାଂକ୍ଷା ଫଳପ୍ରଦ ହବ ବୋଲି
ଉତ୍କଳ ସାହିତ୍ୟ ସଂସଦ ତରଫରୁ ଦାବି ପତ୍ର ପ୍ରଦାନ କରାଯାଇଛି। ଏହା ଦାବି ପତ୍ର ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ଏବଂ ଉପଦେଷ୍ଟା କେ ଦେଶୀ ରାଜୁ ଆଚାରୀ ମାଲକାନଗିରି ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ
ପଣ୍ଡାଙ୍କୁ ପ୍ରଦାନ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.