ବେଗୁନିଆପଡା,୨୨/୦୨(ପିପିଟି): ଗ୍ରାମଞ୍ଚଳର ଜନସାଧାରଣ ବ୍ଲକ କାର୍ଯାଳୟ,ଥାନା, ମେଡିକାଲ ଓ ବିଭିନ୍ନ ସରକାରି କାର୍ଯ୍ୟାଳୟକୁ ଗମନା ଗମନର ଅସୁବିଧା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଲଷ୍ମୀ ବାସ ଯୋଜନା କାର୍ଯ୍ୟ କାରି କରାଯାଉଛି । ସେହି କ୍ରମରେ ଗୁରୁବାର ବେଗୁନିଆପଡା ବ୍ଲକ ପରିସର ରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ ତତ୍ୱାବଧାନରେ ଦୁଇଟି ଲକ୍ଷ୍ମୀ ବସ କୁ ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼ ଉଦଘାଟନ କରିବା ସହିତ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପୂଜାର୍ଚ୍ଚନା ପରେ ଗୋଟିଏ ବସ ବେଗୁନିଆପଡା ବ୍ଲକ ପରିସର ରୁ ବାହାରି କେ ବରିଡା,ଏସ ଛଚିନା, ଆଦର୍ଶବିଦ୍ୟାଳୟ,ବୁରୁଝରୀ,ସୁମଣ୍ଡଳ, ତଳସର, ଷଣ୍ଢମୂଳ,ଅଙ୍ଗାରଗାଁ,କୁମାରୀପରି,କୁମ୍ବାରଗାଁ, ଭାବିନିପୁର, ଶ୍ରଦ୍ଧାପୂର, ଚନ୍ଦନ ପୁର, ଚିଙ୍ଗୁଡ଼ିଖୋଲ,କେ ବରିଡା ହୋଇ ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚିଥିବା ବେଳେ ଅନ୍ୟ ବସ ଟି ବ୍ଲକ ପରିସର ରୁ ବାହାରି ପୋଲିସ ଷ୍ଟେସନ, ବେଗୁନିଆପଡା, ମର୍ଦ୍ଦକୋଟ, ଘୋଡାପଡା, ମର୍ଦ୍ଦମେଖ,କୋଦଳା ମେଡିକାଲ,ବସଷ୍ଟାଣ୍ଡ ହୋଇ ଜେ ଛଚିନା, ସାତନଳ, ବେରୁଆବାଡି, କାଳିମେଘି, କେ.ରାଣୀପଡ଼ା,ମଠ ସରସିଙ୍ଗ, ଦିଗାପଡ଼ା, ଫାସି,କୋଦଳା ମେଡିକାଲ, କଞ୍ଚଣା ହୋଇ ବେଗୁନିଆପଡା ବ୍ଲକରେ ପହଞ୍ଚିଥିଲା । ଏହି ଶୁଭ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ପୂର୍ବତନ ଜିଲ୍ଲା ପରିଷଦ ତ୍ରିନାଥ ଭୂୟାଁ, ସମବାୟ ନିର୍ଦ୍ଦେଶକ ହୃଷିକେଶ ମେହେଣା, ଏବିଡିଓ ନିରଞ୍ଜନ ବେହେରା, ଆକାଉଣ୍ଟ ଅଫିସର ଏମ.ଡି ଆଜାରୁଦିନ ଖାନ,ଜିପିଡିଓ ଅଶୋକ କୁମାର ଜେନାଙ୍କ ସମେତ ସମସ୍ତ ଜନପ୍ରତିନିଧି ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)