ଗରିବ ଲୋକଙ୍କୁ ତୀର୍ଥ ଭ୍ରମଣର ସୁଯୋଗ ଦେଲା ରିଓ ଚାରିଟେବୁଲ ଟ୍ରଷ୍ଟ ।

0 286

ଭଞ୍ଜନଗର, ୨୦/୦୨(ପିପିଟି) : ସବୁବେଳେ ଗରିବ, ଅସହାୟ ଲୋକଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢାଇ ଆସିଥିବା ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ରିଓ ଚାରିଟେବୁଲ ଟ୍ରଷ୍ଟ, ଭୁବନେଶ୍ୱର ପକ୍ଷରୁ ଆଉ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି।ସବୁବେଳେ ରିଓ ସଙ୍ଗଠନ ନିଜର ନିଃସ୍ୱାର୍ଥପର ସେବା କାର୍ଯ୍ୟକୁ ପ୍ରାଥମିକତା ଦେଇ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ସୋମବାର ରାତିରେ ଭଞ୍ଜନଗର ବ୍ଲକ ଡ଼ିହ ପଢାଳ ପଞ୍ଚାୟତ ଜାମ ପଲି ଗ୍ରାମରୁ ପ୍ରାୟ ୬୦ଜଣ ଅସହାୟ,ଗରିବ ବୟସ୍କ ବୃଦ୍ଧ ବୃଦ୍ଧାଙ୍କୁ ମାଗଣାରେ ତୀର୍ଥ ଭ୍ରମଣର ଅପୂର୍ବ ସୁଯୋଗ ଦେଇଛି ରିଓ ଚାରିଟେବୁଲ ଟ୍ରଷ୍ଟ।ଯେଉଁମାନେ ଭକ୍ତମାନେ ନିଜ ଜୀବନ କାଳରେ କେବେ ଶ୍ରୀକ୍ଷେତ୍ର ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି।ଟ୍ରଷ୍ଟର ସଦସ୍ୟଙ୍କ ସହଯୋଗରେ ସେହିଭଳି ଲୋକଙ୍କୁ ନେଇ ଏକ ଯାତ୍ରୀବାହୀ ବସ ଗତ ରାତିରେ ବାହାରି ଆଜି ସକାଳେ ପବିତ୍ର ଏକାଦଶୀ ତିଥିରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ କୋଣାର୍କ ମନ୍ଦିର ପରିଦର୍ଶନ ପରେ ପୁରୀ ଠାରେ ଶ୍ରୀଜଗନ୍ନାଥ ଦର୍ଶନ ସହ ଅବଢ଼ା ଭୋଗ ପାଇବାର ବ୍ୟବସ୍ଥା କରାଯାଇଛି।ରିଓ ସଙ୍ଗଠନର ମୁଖ୍ୟ ତଥା ସମାଜସେବୀ ରାହୁଲ ସ୍ୱାଇଁଙ୍କ ଏଭଳି ମହତ କାର୍ଯ୍ୟକୁ ସମସ୍ତ ତୀର୍ଥଯାତ୍ରୀ କୃତଜ୍ଞତା ଜଣାଇବା ସହ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

(ରିପୋର୍ଟ- ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.