ଭଞ୍ଜନଗରରେ ସରସ୍ବତୀ ପୂଜା ଅନୁଷ୍ଠିତ ।

0 305

ଭଞ୍ଜନଗର, ୧୪/୦୨(ପିପିଟି) : ପବିତ୍ର ଶ୍ରୀ ପଞ୍ଚମୀ ତିଥିରେ ବୁଧବାର ବିଦ୍ୟାଦାତ୍ରୀ ମା’ ସରସ୍ଵତୀଙ୍କ ପୂଜା ବେଶ ଆନନ୍ଦ ଉଲ୍ଲାସର ସହ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ପାଳନ କରାଯାଇଛି।ଏହାକୁ ନେଇ ବିଭିନ୍ନ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ରେ ଦେବୀଙ୍କ ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ସୁନ୍ଦର ସାଜସଜ୍ଜା, ରଙ୍ଗ ବେରଙ୍ଗର ଅଲୋକମାଳାରେ ପୂଜା ମଣ୍ଡପ ଗୁଡିକ ଝଲସି ଉଠିଥିଲା।ସକାଳେ ଛାତ୍ରଛାତ୍ରୀମାନେ ନୂତନ ପୋଷାକ ପରିଧାନ କରି ବିଭିନ୍ନ ଭୋଗ ସାମଗ୍ରୀ ନେଇ ମା’ ସରସ୍ବତୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ।ସେହିପରି ଭଞ୍ଜନଗର ୟୁନିକ ଡ୍ୟାନ୍ସ ଏକାଡେମୀରେ ମଧ୍ୟ ବେଶ ଧୁମଧାମରେ ମାତାଙ୍କର ପୂଜା ଅନୁଷ୍ଠିତ ହୋଇଥିଲା।ଏଥିରେ ଅନୁଷ୍ଠାନର ମୁଖ୍ୟ ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ କର୍ତ୍ତା ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ।ମାଷ୍ଟର ପିଣ୍ଟୁ, ପ୍ରମୋଦ, ଦିଲିପ,ନାଲୁ, ଖୁସି, ପ୍ରିୟା, ହରପ୍ରିୟା ଓ ଅନ୍ୟମାନେ ସହଯୋଗ କରିଥିଲେ।ସେହିପରି ମୁଖ୍ୟ ଡାକଘର, କେଏସ ୟୁବି କଲେଜ,ସାବିତ୍ରୀ ମହିଳା କଲେଜ,ବିଇଡି କଲେଜ, ୟୁବି ହାଇସ୍କୁଲ, ଦୀନବନ୍ଧୁ ବାଳିକା ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ସତ୍ୟ ସାଇ ବିଦ୍ୟା ବିହାର,ତ୍ରିପାଠୀ ଟ୍ୟୁଟୋରିଆଲ,ସାରଦା ଟ୍ୟୁଟୋରିଆଲ ସମେତ ବିଭିନ୍ନ ସ୍ଥାନରେ ମା’ ସରସ୍ୱତୀ ପୂଜା ପାଇଛନ୍ତି।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.