ମାଲକାନଗିରି ପୌରପରିଷଦରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ।

0 283

ମାଲକାନଗିରି,୦୫/୦୨(ପିପିଟି ): ଆଜିର ତୃତୀୟ ସନ୍ଧ୍ୟାରେ ମାଲକାନଗିରି ପୌରପରିଷଦ କାର୍ଯ୍ୟଳୟ ପରିସର ଠାରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ,ମୁଖ୍ୟ ଅତିଥି ଭାବେ ଉତ୍କଳ ସାହିତ୍ୟ ସଂସଦ, ସଭାପତି ତଥା ସୁସାହିତ୍ଯିକ କେଶବ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ଖରା, ଉପାଧ୍ୟକ୍ଷ କବିତା ମହନ୍ତ,କବି ନିରଞ୍ଜନ ପ୍ରସାଦ ମଲ୍ଲ ,କବି ଦୁର୍ଯ୍ୟୋଧନ ମହାରଣା, କବି ଅନନ୍ତ କୁମାର ନନ୍ଦ, କବି ମାନଗୋବିନ୍ଦ ସ୍ବାଇଁ ମଞ୍ଚାସୀନ ଥିଲା ବେଳେ ସିଟି ମିଶନ ମ୍ୟାନେଜର ଜଗନ୍ନାଥ ଖେମୁଣ୍ଡୁ ମଞ୍ଚ ପରିଚାଳନା କରିଥିଲେ।ପ୍ରଥମେ ଓଡ଼ିଆ ଭାଷା ସାହିତ୍ୟର ଯୁଗସ୍ରଷ୍ଟା
ମହାପୁରୁଷଙ୍କ ଚୈଳଚିତ୍ର ଉପରେ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କଲା ପରେ ବନ୍ଦେ ଉତ୍କଳ ଜନନୀ
ସଂଗୀତ ଗାନ କରାଯାଇଥିଲା। ମୁଖ୍ୟ ଅତିଥି କେଶବ ଚନ୍ଦ୍ର ନାୟକ କହିଲେ ମାଲକାନଗିରି ଏକ ଉପାନ୍ତ ଅଞ୍ଚଳ । ଏହାର ସୀମାନ୍ତରେ ଛତିଶଗଡ଼, ତେଲେଙ୍ଗାନା ରାଜ୍ୟ ସଂଲଗ୍ନ ରହିଛି।
ଫଳରେ ମାଲକାନଗିରି ଜିଲ୍ଲାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଅଭାବରୁ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି । ଏଣୁ ଆମର ମଧ୍ୟ କିଛି ଦାୟିତ୍ୱବୋଧ ରହିଛି। ଏଣୁ ଶ୍ରୀନାୟକଙ୍କ ଉଦ୍ୟମରେ ଉତ୍କଳ ସାହିତ୍ୟ ସଂସଦ ଗଠନ ଦୀର୍ଘ ୩୦ ବର୍ଷ ହେଲା ଓଡ଼ିଆ ଭାଷା ସାହିତ୍ୟ ର ପ୍ରଚାର ପ୍ରସାର ଦିଗରେ ଜୀବନ ବ୍ୟାପୀ ସଂଗ୍ରାମ କରିଛନ୍ତି। କବି ଲେଖକ ସୃଷ୍ଟି କରିବାରେ ଶ୍ରୀନାୟକଙ୍କ ଅତୁଳନୀୟ ଅବଦାନ ରହିଛି।ସେ ନିଜେ କଲମ ମୁନରେ ଆଙ୍କିଛନ୍ତି ଅନେକ କବିତା, ପ୍ରବନ୍ଧ ଓ ଗଳ୍ପ। ସରକାରଙ୍କ ପ୍ରୋତ୍ସାହନ ନାହିଁ କବି ଓ ଲେଖକମାନଙ୍କୁ ଆର୍ଥିକ ସହାୟତା କରିବା ପାଇଁ। ରାଜାରାଜୁଡ଼ା ସମୟରେ କବିମାନଙ୍କୁ ପ୍ରୋତ୍ସାହନ କରାଯାଉଥିଲା। କବି ପାଇଁ ହିଁ ଓଡ଼ିଆ ଭାଷା ଓ ସାହିତ୍ୟ ବଞ୍ଚି ରହିଛି। କିନ୍ତୁ କବି ବା ଲେଖକମାନେ ଆଜି ଚିର ଅବହେଳିତ।ଯଦି ଓଡ଼ିଆ ଭାଷା ସାହିତ୍ୟର ବିକାଶ ରାଜ୍ଯ ସରକାର ବାସ୍ତବରେ ଚାହାନ୍ତି, ତେବେ ସାହିତ୍ୟ ଅନୁଷ୍ଠାନଗୁଡ଼ିକୁ ଆର୍ଥିକ ସହାୟତା ଦେବା ଆବଶ୍ୟକ ବୋଲି ଶ୍ରୀନାୟକ ମତବ୍ୟକ୍ତ କରିଥିଲେ। ଏହି ଅବକାଶରେ ଓଡ଼ିଆ ଭାଷା ଉତ୍ଥାନ ପାଇଁ ସମସ୍ତ କବି ମାନେ ମତପୋଷଣ କରିଥିଲେ। ଶେଷରେ ସମସ୍ତ କବିମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ନେଇ ଆମ ଭାଷା ଓ ସଂସ୍କୃତି ଉପରେ ଛାତ୍ରଛାତ୍ରୀମାନଙ୍କୁ ସଂପର୍କରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଜି କୃତି ଛାତ୍ର ଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.