ମାଲକାନଗିରି ,୩୦/୦୧(ପିପିଟି): କାଲିମେଳା ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ଏକ ବାଉଁଶବୁଦା ମୂଳରୁ ୨୩ ବସ୍ତି ଗଞ୍ଜେଇ ଜବତ କରିଥିବା ବେଳେ ଜଣେ ଆସାମୀକୁ ଗିରଫ କରିବାରେ ସଫଳ ହୋଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ , କାଲିମେଳା ଥାନା ଅନ୍ତର୍ଗତ ଗୁରାଲୁର ଜଙ୍ଗଲରେ ଗତ କଲି ରାତିରେ ପୋଲିସ ଚଢ଼ାଉ କରିବା ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । କୌଣସି ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ କାଲିମେଳା ଠାରୁ ପ୍ରାୟ ୪୦ କିଲୋମିଟର ଦୂର ଆନ୍ଧ୍ର ଓଡିଶା ସୀମାନ୍ତ ଗୁରାଲୁର ଜଙ୍ଗଲରେ କାଲିମେଳା ପୋଲିସର ଏକ ଟିମ ଚଢ଼ାଉ କରି ଏକ ବାଉଁଶ ବୁଦା ଗଛ ମୂଳରେ ଲୁଚାଇ ରଖାଯାଇଥିବା ୨୩ ବସ୍ତା ଗଞ୍ଜେଇ ଜବତ କରିଛି,ଯାହାର ଓଜନ ପ୍ରାୟ ୫୮୩ କିଲୋଗ୍ରାମ ଅଟେ ।ଏହି ବିପୁଳ ପରିମାଣର ଗଞ୍ଜେଇ ଡଙ୍କରାଇ ଜଳଭଣ୍ଡାର ପାର ହୋଇ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯାଇଥାନ୍ତା । ହେଲେ ଚାଲାଣ ପୂର୍ବରୁ ପୋଲିସ ଚଢ଼ାଉ କରି ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଏଥି ସହିତ ଘଟଣାସ୍ଥଳରୁ ଦୀପଙ୍କର ମାଲି ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପ୍ରକାଶ କରିଛି । ସୂଚନା ଅନୁଯାୟୀ ଏହି ଗଞ୍ଜାଇ ଚାଲାଣ ରେ ଆଉ କାହାର ଲମ୍ବାହାତ ଅଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କାଲିମେଳା ଥାନା ଅଧିକାରୀ କହିଛନ୍ତି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)